Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପଞ୍ଜଶୀରରେ ରକ୍ତାକ୍ତ ଯୁଦ୍ଧ ଜାରି: ୬୦୦ ତାଲିବାନଙ୍କ ମୃତ୍ୟୁ, ୧୦୦୦ ରୁ ଊର୍ଦ୍ଧ୍ଵ କଲେ ଆତ୍ମସମର୍ପଣ
ଅନ୍ତରାଷ୍ଟ୍ରୀୟ

ପଞ୍ଜଶୀରରେ ରକ୍ତାକ୍ତ ଯୁଦ୍ଧ ଜାରି: ୬୦୦ ତାଲିବାନଙ୍କ ମୃତ୍ୟୁ, ୧୦୦୦ ରୁ ଊର୍ଦ୍ଧ୍ଵ କଲେ ଆତ୍ମସମର୍ପଣ

September 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଦଖଲ ଉପରେ ତାଲିବାନ ଏବଂ ବିଦ୍ରୋହୀ ବାହିନୀ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଶନିବାର ଦିନ ମଧ୍ୟ ଏକ ରକ୍ତାକ୍ତ ସଂଘର୍ଷ ହୋଇଥିଲା, ଯାହା ପରେ ଅନେକ ତାଲିବାନଙ୍କ ମୃତ୍ୟୁ ଖବର ଆସିଥିଲା। ବିଦ୍ରୋହୀ ବାହିନୀ ଦାବି କରିଛି ଯେ, ଉତ୍ତର-ପୂର୍ବ ପଞ୍ଜଶୀର ପ୍ରଦେଶରେ ପ୍ରାୟ ୬୦୦ ତାଲିବାନଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦୦ ରୁ ଅଧିକ ତାଲିବାନ ଯୋଦ୍ଧା ଆତ୍ମସମର୍ପଣ କରିଥିବା ସୂଚନା ରହିଛି।

ବିଦ୍ରୋହୀ ବାହିନୀର ମୁଖପାତ୍ର ଫହିମ ଦାସ୍ତି ଏକ ଟୁଇଟ୍‌ରେ ଲେଖିଛନ୍ତି, “ପଞ୍ଜାଶୀରର ବିଭିନ୍ନ ଜିଲ୍ଲାରେ ୬୦୦ ତାଲିବାନ ନିହତ ହୋଇଛନ୍ତି। ଏକ ହଜାରରୁ ଅଧିକ ତାଲିବାନକୁ ଧରାଯାଇଛି।”

ଆଫଗାନିସ୍ତାନ ବିଦ୍ରୋହୀ ଗୋଷ୍ଠୀ ୬୦୦ ତାଲିବାନଙ୍କୁ ହତ୍ୟା କରିଥିବା ଦାବି କରୁଥିବାବେଳେ ତାଲିବାନ ଦାବି କରିଛି ଯେ ଏହା ପଞ୍ଜଶୀରର ଚାରିଟି ଜିଲ୍ଲାକୁ କବଜା କରିଛି। ତାଲିବାନ ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ, ଆମେ ପଞ୍ଜଶୀର ପ୍ରଦେଶର ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟିକୁ କବଜା କରିଛୁ। ଆମେ ବର୍ତ୍ତମାନ ପଞ୍ଜଶୀର ଆଡକୁ ଯାଉଛୁ। ”

ବିଦ୍ରୋହୀ ଦଳର ନେତା ଅମରୁଲ୍ଲା ସାଲେହ ତାଲିବାନ ଏହି ଅଞ୍ଚଳ ଦଖଲ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। କିନ୍ତୁ ସେ ସ୍ଵୀକାର କରିଛନ୍ତି ଯେ, ତାଲିବାନର ଫୋନ୍, ଇଣ୍ଟରନେଟ୍ ଏବଂ ବିଦ୍ୟୁତ୍ ସେବା ବନ୍ଦ ହେବା ପରିସ୍ଥିତିକୁ କଷ୍ଟସାଧ୍ୟ କରିଛି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ସାଲେହ କହିଛନ୍ତି ଯେ ଉଭୟ ପାର୍ଶ୍ୱର କ୍ଷତି ହୋଇଛି। ସେ କହିଛନ୍ତି, ‘ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମେ ଏକ କଠିନ ପରିସ୍ଥିତିରେ ଅଛୁ। ତାଲିବାନ ଦ୍ୱାରା ଆମକୁ ଆକ୍ରମଣ କରାଯାଇଛି। ଆମର ସେନା ଆତ୍ମସମର୍ପଣ କରିବ ନାହିଁ।

ଆତ୍ମସମର୍ପଣ ତାଲିବାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.