ଭାରତର ଚେତାବନୀ ପରେ ମାନିଲା ବ୍ରିଟେନ, ନୂତନ ଟିକା ନୀତିରେ ‘କୋଭସିଲ୍ଡ’କୁ ଦେଲା ମାନ୍ୟତା

Published: Sep 22, 2021, 3:12 pm IST

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ପୁଣିଥରେ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ବର୍ତ୍ତମାନ ଏହାର ନୂତନ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ଅନୁମୋଦନ କରିଛି। ତଥାପି, ବ୍ରିଟେନକୁ ଯାଉଥିବା ଭାରତୀୟମାନେ ଭାରତର ଟିକା ପ୍ରମାଣପତ୍ରକୁ ମଞ୍ଜୁରୀ ଦେଇ ନ ଥିବାରୁ ସେମାନଙ୍କୁ କ୍ଵାରେଣ୍ଟିନ୍ ରହିବାକୁ ପଡ଼ିବ। ଏହାପୂର୍ବରୁ ଭାରତ ବ୍ରିଟେନକୁ ଟିକା ନୀତିରେ ପରିବର୍ତ୍ତନ ଆଣିବାକୁ ଚେତାବନୀ ଦେଇଥିଲା।

ବ୍ରିଟେନକୁ ଚେତାବନୀ ଦେଇଥିଲା ଭାରତ:

ଟୀକା ନୀତି ବିଷୟରେ ଭାରତ ବ୍ରିଟେନକୁ ଚେତାବନୀ ଦେଇଥିଲା। ବୈଦେହିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ଯଦି ଅକ୍ଟୋବର ୪ ତାରିଖ ସୁଦ୍ଧା ଭାରତର ସମସ୍ୟାର ସମାଧାନ ନହୁଏ, ତେବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପ୍ରତି ମଧ୍ୟ ସମାନ ପଦକ୍ଷେପ ନିଆଯିବ। ବ୍ରିଟେନର ଏହି ନୀତିକୁ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଭେଦଭାବ ବୋଲି କହିଥିଲେ।

Related posts