ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଜାତିସଂଘର ମହାସଚିବ: କହିଲେ, ଏଭଳି କଥା

Published: Oct 2, 2021, 12:25 pm IST

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ତାଙ୍କୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ସ୍ମରଣ କରାଯାଉଛି। ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ମଧ୍ୟ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇ ‘ଶାନ୍ତି ଏବଂ ସହନଶୀଳତାର ଏକ ନୂତନ ଯୁଗ ଆରମ୍ଭ କରିବା’ ଉପରେ ଗୁରୁତ୍ୱାରୋପ କରିଥିଲେ।

ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଟ୍ୱିଟ୍ କରି କହିଛନ୍ତି ଯେ, ଘୃଣା, ବିଭାଜନ ଏବଂ ବିବାଦ ବଦଳରେ ଶାନ୍ତି, ବିଶ୍ୱାସ ଏବଂ ସହନଶୀଳତାର ଏକ ନୂତନ ଯୁଗ ଆରମ୍ଭ କରିବାର ସମୟ ଆସିଛି। ଏହି ଆନ୍ତର୍ଜାତୀୟ ଅହିଂସା ଦିବସ ତଥା ଗାନ୍ଧୀ ଜୟନ୍ତୀ ଉପରେ ଆସନ୍ତୁ ତାଙ୍କ ଶାନ୍ତି ବାର୍ତ୍ତା ପ୍ରତି ଧ୍ୟାନ ଦେବା ଏବଂ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆମେ ସମସ୍ତେ ପ୍ରତିବଦ୍ଧ ହେବା।

ସେହିଭଳି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢୀକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ।

Related posts