ବିବାହ ଉତ୍ସବରେ ସଙ୍ଗୀତ ବଜାଇବା ପଡିଲା ମହଙ୍ଗା, ୧୩ ଜଣଙ୍କୁ ହତ୍ୟା କଲା ତାଲିବାନ

Published: Oct 31, 2021, 2:03 pm IST

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନର ଅତ୍ୟାଚାର କମିନାହିଁ। ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ବିବାହ ଉତ୍ସବରେ ତାଲିବାନ ଯୋଦ୍ଧାମାନେ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ସଦ୍ୟତମ ମାମଲା ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରୁ ଆସିଛି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଅମ୍ରୁଲ୍ଲା ସାଲେହ ଟ୍ୱିଟରରେ ଲେଖିଛନ୍ତି ଯେ, ‘ନଙ୍ଗହରହର ଏକ ବିବାହ ଭୋଜିରେ ସଙ୍ଗୀତ ବଜାଇବା ବେଳେ ତାଲିବାନ ଯୋଦ୍ଧାମାନେ ୧୩ ଜଣଙ୍କୁ ହତ୍ୟା କରିଥିଲେ। ଆମେ ନିନ୍ଦା କରି ଆମର କ୍ରୋଧ ପ୍ରକାଶ କରିପାରିବୁ ନାହିଁ। ୨୫ ବର୍ଷ ଧରି ପାକିସ୍ତାନ ସେମାନଙ୍କ ଆଫଗାନିସ୍ତାନ ସଂସ୍କୃତିକୁ ନଷ୍ଟ କରିବାକୁ ଏବଂ ଆମ ମାଟି ଦଖଲ କରିଏକ କଟ୍ଟର ଶାସନ ପ୍ରତିଷ୍ଠା କରିବାକୁ ଆଇଏସଆଇ ତାଲିମ ଦେଇଥିଲା। ଯେଉଁମାନେ ବର୍ତ୍ତମାନ ସେମାନଙ୍କର କାର୍ଯ୍ୟ କରୁଛନ୍ତି। ତାଲିବାନର ନିର୍ଦ୍ଦୟ ନିୟମ ଅଧିକ ଦିନ ରହିବ ନାହିଁ। ଦୁର୍ଭାଗ୍ୟବଶତଃ ଏହି ଶାସନ ଶେଷ ହେବା ପର୍ଯ୍ୟନ୍ତ ଆଫଗାନିସ୍ତାନର ଲୋକଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ୧୯୯୬ ରୁ ୨୦୦୧ ମଧ୍ୟରେ ଯେତେବେଳେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶାସିତ ହୋଇଥିଲା, ସେମାନେ ସଙ୍ଗୀତ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ନୂଆ ସରକାର ଏପର୍ଯ୍ୟନ୍ତ କୌଣସି ଆଦେଶ ଦେଇନାହିଁ।

ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା:

ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି। ତାଲିବାନ ଦଖଲ ପରେ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ଏଥି ସହିତ, ଅଗଷ୍ଟ ୧୫ ରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ସମୟରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଦେଶ ବାହାରକୁ ନିଆଯାଇଥିଲା। ବର୍ତ୍ତମାନ ଭାରତ ସମେତ ଅଧିକାଂଶ ଦେଶର ଦୂତାବାସ ଆଫଗାନିସ୍ତାନରୁ ଫେରି ଯାଇଛନ୍ତି। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଲୋକମାନେ ତାଲିବାନର ନିରଙ୍କୁଶ ତଥା ବିଶୃଙ୍ଖଳିତ ଶାସନକୁ ଅଧିକ ଭୟ କରନ୍ତି। ଲୋକମାନେ ଭୟ କରୁଛନ୍ତି ଯେ ତାଲିବାନ ପୁଣି ଥରେ ଦେଶରେ ଶରିଆ ନିୟମ ଲାଗୁ କରିବାକୁ ଚେଷ୍ଟା କରିପାରନ୍ତି।

Related posts