ବାଂଲାଦେଶରେ ଏକ ବଡ଼ ଦୁର୍ଘଟଣା: ଜାହାଜ ଅଗ୍ନିକାଣ୍ଡରେ ୩୬ ମୃତ, ୧୦୦ ରୁ ଅଧିକ ଗୁରୁତର

Published: Dec 24, 2021, 1:59 pm IST

ନୂଆଦିଲ୍ଲୀ: ବାଂଲାଦେଶରେ ଏକ ବଡ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହି ଜାହାଜ ଅଗ୍ନିକାଣ୍ଡ ହେତୁ ୩୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଅଗ୍ନିକାଣ୍ଡରେ ୧୦୦ ରୁ ଅଧିକ ଲୋକ ଜଳି ଯାଇଥିବାର ଖବର ରହିଛି। ଏହି ଘଟଣା ସୁଗନ୍ଧା ନଦୀର ଘଟିଛି, ଯେଉଁଠାରେ ଯାତ୍ରୀବାହି ଜାହାଜଟି ବରଗୁଣା ଆଡକୁ ଯାଉଥିଲା।

ସୂଚନା ଅନୁଯାୟୀ, ଏହି ଯାତ୍ରୀବାହି ଜାହାଜରେ ପ୍ରାୟ ୧୦୦୦ ଲୋକ ଥିଲେ। ଏଥି ସହିତ ବାଂଲାଦେଶର ରାଜଧାନୀ ଢାକା ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛି ଯେ, ତିନି ମହଲା ବିଶିଷ୍ଟ ଯାତ୍ରୀବାହି ଜାହାଜ ଓବିଜାନ୍ -୧୦ ନଦୀ ମଝିରେ ନିଆଁଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଳି ଯାଇଥିବା ଲୋକଙ୍କ ଅବସ୍ଥା ଗୁରୁତର ହେତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି।

Related posts