ବ୍ରିଟେନର ବଡ କାର୍ଯ୍ୟାନୁଷ୍ଠାନ, ପାଞ୍ଚଟି ରୁଷୀୟ ବ୍ୟାଙ୍କ ଉପରେ କଟକଣା ଲଗାଇବେ ବୋରିସ୍ ଜନସନ

Published: Feb 22, 2022, 7:36 pm IST

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଋଷ ଉପରେ କଟକଣା ଘୋଷଣା କରିଛନ୍ତି। ଏହାପୂର୍ବରୁ ଜନସନ କହିଥିଲେ ଯେ, ଆମର ପ୍ରତିବନ୍ଧକ ଋଷ ଉପରେ ବହୁତ ପ୍ରଭାବ ପକାଇବ।

ଋଷର ୫ ଟି ବ୍ୟାଙ୍କ ଉପରେ ବ୍ରିଟେନ ଉପରେ କଟକଣା ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି। ସେ କହିଛନ୍ତି ଯେ, ମସ୍କୋ ସୈନ୍ୟବାହିନୀ ନିୟୋଜିତ ହେବା ପରେ ବ୍ରିଟେନ ପାଞ୍ଚଟି ରୁଷୀୟ ବ୍ୟାଙ୍କ ଉପରେ କଟକଣା ଲାଗୁ କରିବ। ଏହାପୂର୍ବରୁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଜନସନ ସୁରକ୍ଷା ମୁଖିଆଙ୍କ ସହ ସକାଳର ସାକ୍ଷାତ ପରେ ପ୍ରତିଶୃତି ଦେଇଛନ୍ତି ଯେ, ଋଷ ବିରୋଧରେ ବ୍ରିଟେନର ପ୍ରଥମ ଅର୍ଥନୈତିକ ପ୍ରତିବନ୍ଧକ “ସଂସଦରେ ଉନ୍ମୋଚିତ ହେବ। ପ୍ରଧାନମନ୍ତ୍ରୀ ଜନସନ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ପ୍ରତିବନ୍ଧକ ଋଷକୁ ବହୁତ ପ୍ରଭାବିତ କରିବ ଏବଂ ଆକ୍ରମଣ ହେଲେ ଆମେ ଆହୁରି ଅନେକ କିଛି କରିବାକୁ ଯାଉଛୁ।

ଉଲ୍ଲେଖନୀୟ ବିଷୟ ହେଉଛି, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ୟୁକ୍ରେନର ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ‘ଡୋନେଟସ୍କ ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍’କୁ ଏକ ସ୍ଵାଧୀନ ଦେଶ ଭାବରେ ସ୍ୱୀକୃତି ଦେଇଛନ୍ତି। କେବଳ ଏତିକି ନୁହେଁ ପୁଟିନ ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳରେ ଋଷର ସୈନ୍ୟବାହିନୀକୁ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶକୁ ଉଭୟ ଅଞ୍ଚଳରେ ରୁଷୀୟ ସୈନ୍ୟବାହିନୀର ନିୟୋଜନ ରୂପେ ଦେଖାଯାଉଛି।

Related posts