୨୪ ବର୍ଷ ପରେ ପାକିସ୍ତାନରେ ଖେଳୁଛି ଅଷ୍ଟ୍ରେଲିଆ ଦଳ, ଏତେ ଦୂରରୁ ହେଲା ଆତ୍ମଘାତୀ ଆକ୍ରମଣ

Published: Mar 4, 2022, 5:07 pm IST

ପେଶୱାର: ପାକିସ୍ତାନର ପେଶୱାରରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୪ ବର୍ଷ ପରେ ପାକିସ୍ତାନ ଯାଇଥିବା ଅଷ୍ଟ୍ରେଲିଆ ଦଳ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛି। ଯେଉଁ ହୋଟେଲରେ ଦଳ ରହିଛନ୍ତି ସେହି ହୋଟେଲ ଆକ୍ରମଣ ସ୍ଥାନଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିଲା।

ସୂଚନାନୁସାରେ, ବୋମା ବିସ୍ଫୋରଣ ପରେ ଅଷ୍ଟ୍ରେଲିଆ ଦଳ ସହ ସୁରକ୍ଷା ବିଶେଷଜ୍ଞ ପାକିସ୍ତାନର ବୈଦେଶିକ ବ୍ୟାପାର ବିଭାଗ ସହ ଯୋଗାଯୋଗ କରୁଛନ୍ତି। ଖେଳାଳିଙ୍କୁ ୪ ହଜାରରୁ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ। ଅଷ୍ଟ୍ରେଲୀୟ ଦଳର ହୋଟେଲ ଛାତରେ ସ୍ନାଇପର ନିୟୋଜିତ ହେବ।

୨୪ ବର୍ଷ ପରେ ଅଷ୍ଟ୍ରେଲିଆର କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତରେ ଯାଇଛି। ଏଠାରେ ଉଭୟ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ପରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଏହି ଆତ୍ମଘାତୀ ଆକ୍ରମଣ ଦଳ ପାଇଁ ବିପଦ ପାଲଟିଛି।

ଉଲ୍ଲେଖ ଯୋଗ୍ୟ ଯେ, ପାକିସ୍ତାନ ଗସ୍ତ ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ମୃତ୍ୟୁ ଧମକ ଦିଆଯାଇଥିଲା। ଯଦିଓ ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତରେ ପହଞ୍ଚିଛି।

Related posts