‘କାଳୀ’ ବିବାଦ: ଜାଣନ୍ତୁ ମହୁଆ ମୋଇତ୍ରା ଏବଂ ନୁପୁର ଶର୍ମାଙ୍କ ବିଷୟରେ କ’ଣ କହିଲେ ତସଲିମା ନାସ୍ରିନ୍

Published: Jul 7, 2022, 8:26 am IST

ନୂଆଦିଲ୍ଲୀ: ବାଂଲାଦେଶୀ ଲେଖକ ତସଲିମା ନାସ୍ରିନ୍ ‘କାଳୀ’ ବିବାଦ ଏବଂ ନପୁର ଶର୍ମାଙ୍କ ବିଷୟକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ସ୍ୱାଧୀନତା ଉପରେ ବିଶ୍ଵାସ କରନ୍ତି, ତେବେ ସେ ନୁପୁର ଶର୍ମା ଏବଂ ମହୁଆ ମୋଇତ୍ରାଙ୍କ ମତକୁ ସମ୍ମାନ କରିବେ। ଏକାସାଙ୍ଗରେ, ଯଦି କେହି ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଉଭୟ ଦିଆଯାଇଥିବା ବିବୃତ୍ତି ଆପଣଙ୍କ ପାଇଁ ଭୁଲ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଚଳଚ୍ଚିତ୍ର ‘କାଳୀ’ ପୋଷ୍ଟରକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଥିଲେ ଯେ, କାଳୀ ମା’ ମାଂସକୁ ଭଲ ପାଆନ୍ତି ଏବଂ ସେ ମଦ୍ୟପାନକୁ ସ୍ଵୀକାର କରନ୍ତି। ଏଥି ସହିତ ମହମ୍ମଦଙ୍କ ଉପରେ ନୁପୁର ଶର୍ମା ମନ୍ତବ୍ୟ ଦେଇଥିଲେ, ଯାହା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି।

ତସଲିମା ନାସିରିନ୍ ଆହୁରି ମଧ୍ୟ କହିଛନ୍ତି ଯେ, “ଅଭିବ୍ୟକ୍ତିର ସ୍ୱାଧୀନତା ହିଂସାତ୍ମକ ନୁହେଁ। କାହାର ମୁଣ୍ଡ କାଟି ପୁରସ୍କାର ଘୋଷଣା କରିବା ଦ୍ଵାରା ଆପଣ ଏହାକୁ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ବୋଲି କହିପାରିବେ ନାହିଁ। ଜଣଙ୍କର ମତକୁ ସମ୍ମାନ ଦେବା ଏବଂ କାହାର ବିଚାରକୁ ସମର୍ଥନ କରିବାର ଅଧିକାର ସମ୍ପୂର୍ଣ୍ଣ ଭିନ୍ନ।” ତସଲିମ ଆହୁରି ମଧ୍ୟ କହିଛନ୍ତି, “ମୁଁ ହୁଏତ ଲୋକଙ୍କ ମତ ସହ ସହମତ ନୁହଁ କିନ୍ତୁ ମୁଁ ସେମାନଙ୍କ ମତ ପ୍ରକାଶ କରିବାର ଅଧିକାରକୁ ସର୍ବଦା ସମର୍ଥନ କରିବି। ଯଦି ସେମାନେ ମୋର ଶତ୍ରୁ ହୁଅନ୍ତୁ ନା କାହିଁକି।”

Related posts