Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜବୁତ୍ କରିବାରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ: ଧର୍ମେନ୍ଦ୍ର ପ୍ରଧାନ
ଅନ୍ତରାଷ୍ଟ୍ରୀୟ

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଜବୁତ୍ କରିବାରେ ଶିକ୍ଷା ଏକ ପ୍ରମୁଖ ସ୍ତମ୍ଭ: ଧର୍ମେନ୍ଦ୍ର ପ୍ରଧାନ

August 22, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସିଡନୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ (ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ (ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି।

ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଉଭୟ ଦେଶର ସହଭାଗିତାକୁ ମଜବୁତ୍ କରିବା ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛନ୍ତି। ଭାରତରେ ନିଜ କ୍ୟାମ୍ପସ ସ୍ଥାପନ କରିବା ଏବଂ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ କ୍ଷେତ୍ର ଗୁଡିକର ଅନ୍ୱେଷଣ କରିବା ପାଇଁ ସେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ଅନୁଷ୍ଠାନକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଶ୍ରୀ ପ୍ରଧାନ। ଉଭୟ ମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଭାଗିଦାରୀ ଅଧୀନରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ କରିବା ଦୃଷ୍ଟିକୋଣରେ ଶିକ୍ଷା, କୌଶଳ ଏବଂ ଗବେଷଣା ସହଯୋଗକୁ ସମ୍ପ୍ରସାରଣ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି।

ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ଷଷ୍ଠ ବୈଠକରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗବେଷଣା କ୍ଷେତ୍ରରେ ଉଭୟ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆଗକୁ ନେବାରେ ଏଆଇଇସି ଏକ ପ୍ରଭାବଶାଳୀ ମଞ୍ଚ। ୨୦୨୩ରେ ଭାରତରେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ପରିଷଦର ସପ୍ତମ ବୈଠକ କରିବା ପାଇଁ ସେ ଅଷ୍ଟ୍ରେଲିଆ ଟିମକୁ ପ୍ରସ୍ତାବ ଦେଇଛନ୍ତି।

ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆୟୁର୍ବେଦ, ଯୋଗ ଏବଂ କୃଷି ଇତ୍ୟାଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗବେଷଣା ସହଯୋଗ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ସେହିପରି  ଦକ୍ଷତା ପ୍ରମାଣପତ୍ର ଏବଂ ଖଣି, ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଇତ୍ୟାଦି କ୍ଷେତ୍ରରେ ସହଯୋଗ କରିବାକୁ ସେ ଆହ୍ୱାନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତ ଡିଜିଟାଲ ବିଶ୍ୱବିଦ୍ୟାଳୟ ଏବଂ ଗତିଶକ୍ତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରୁଅଛି। ଏହି ମର୍ମରେ ଏହି ବିଶ୍ୱବିଦ୍ୟାଳୟର ପାଠ୍ୟଖସଡାକୁ ଏବଂ ଆନୁଷଙ୍ଗିକ ବ୍ୟବସ୍ଥାର ବିକଶିତ କରିବା ପାଇଁ ଅଷ୍ଟ୍ରେଲିଆ ଓ ଭାରତ ମିଳିତ ଭାବରେ କାମ କରିପାରିବେ।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଯାଉଥିବା ଭାରତୀୟ ଛାତ୍ରଙ୍କ ବିଚାରଧୀନ ଥିବା ଭିସା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ଏହି ଆଧାରରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ବିଚାରଧୀନ ଭିସାକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ମନ୍ତ୍ରୀ ଏକ ମିଳିତ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଶିକ୍ଷାନୁଷ୍ଠାନ ଭାଗିଦାରୀକୁ ସୁଦୃଢ଼ କରିବା, ଉଭୟ ଦେଶର ବିଶ୍ୱବିଦ୍ୟାଳୟ ମଧ୍ୟରେ ନୂଆ ସମ୍ଭାବନାର ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ଏହି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସହଭାଗୀତାରେ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏକ ଦେଶାନ୍ତର ଶିକ୍ଷା ଉପରେ ଏକ ଓ୍ୱାର୍କିଂ ଗ୍ରୁପ ଗଠନ କରିବା ପାଇଁ ଘୋଷଣା କରାଯାଇଛି। ଏହାବ୍ୟତିତ ଶିକ୍ଷା, ଦକ୍ଷତା ଏବଂ ଗବେଷଣା କ୍ଷେତ୍ରରେ ଦୀର୍ଘ ଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଉପରେ ଶ୍ରୀ ପ୍ରଧାନ ଦୋହରାଇଥିଲେ।

ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ମୋବିଲିଟି ଏବଂ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ବୃଦ୍ଧି କରିବା ପାଇଁ ଡ଼ୁଆଲ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟର ସହଯୋଗ ପ୍ରତିଷ୍ଠା ଦିଗରେ ଅଷ୍ଟ୍ରେଲିଆ ସରକାରଙ୍କ ଆଗ୍ରହକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି। ଦୁଇ ବର୍ଷ ପୂର୍ବରୁ ଭାରତରେ ଅନୁଷ୍ଠିତ ହୋଇଥିବା ଏଆଇଇସି ବୈଠକର ଅଗ୍ରଗତି ଓ ନିଷ୍ପତି ସହ ଉଭୟ ରାଷ୍ଟ୍ର ମଧ୍ୟରେ ଗବେଷଣା କ୍ଷେତ୍ରରେ ଅଧିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଜିର ଆଲୋଚନା ମାର୍ଗ ପ୍ରଶସ୍ତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ ଦ୍ୱିପାକ୍ଷିକ ସହଯୋଗର ସୁଯୋଗକୁ ବ୍ୟାପକ କରିଛି। ବିଶେଷ ଭାବରେ ଶିକ୍ଷାର ଆନ୍ତର୍ଜାତିକକରଣ, ଦକ୍ଷତା ବିକାଶର କ୍ଷମତା ବୃଦ୍ଧି ଏବଂ ଦୁଇ ଦେଶର ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନର ଗତିଶୀଳତାକୁ ପ୍ରୋତ୍ସାହନ ଦେଉଅଛି ବୋଲି ସେ କହିଛନ୍ତି।

ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ଅବସରରେ ଓଡ଼ିଶାର ପାରମ୍ପରିକ ଚିତ୍ରକଳା ପଟ୍ଟଚିତ୍ର ଓ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ। ସେହିପରି ସିଡନୀ ଠାରେ ନ୍ୟୁ ସାଉଥ ଓ୍ୱେଲ୍ସ ସରକାରର ଶିକ୍ଷା ମନ୍ତ୍ରୀ ଦାୟିତ୍ୱରେ ଥିବା ସାରହା ମିଚେଲଙ୍କ ସହ ହୋମ୍ବୁସ ଓ୍ୱେଷ୍ଟ୍ ପବ୍ଲିକ ସ୍କୁଲ ଗସ୍ତ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଭେଟିଥିଲେ। ପରେ ଶ୍ରୀ ପ୍ରଧାନ ସିଡନୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଟେକ୍ନଲୋଜି ପରିଦର୍ଶନ କରିଥିଲେ। ଏହା ଉଲ୍ଲନଗୋଙ୍ଗ୍ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରେ କୁଳପତିଙ୍କ ସହ ମଧ୍ୟ ଶ୍ରୀ ପ୍ରଧାନ ସାକ୍ଷାତ ଆଲୋଚନା କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଭାରତ-ଅଷ୍ଟ୍ରେଲିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.