Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସିଡନୀ ଠାରେ ବିଭିନ୍ନ ସ୍କୁଲ୍‌ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ସିଡନୀ ଠାରେ ବିଭିନ୍ନ ସ୍କୁଲ୍‌ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

August 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଳୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଡନୀ ଠାରେ ବିଭିନ୍ନ ସ୍କୁଲ୍‌, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରଧାନ ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ଼ କରିବା ନିମନ୍ତେ ଅଷ୍ଟ୍ରେଲିଆକୁ ଚାରି ଦିନ ପାଇଁ ଗସ୍ତରେ ଯାଇଛନ୍ତି।

ପ୍ରାରମ୍ଭିକ ବାଲ୍ୟ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ସ୍କୁଲ୍‌ର ଉତ୍କୃଷ୍ଟ ସ୍ୱରୂପ ଏବଂ ସର୍ବୋତମ ପ୍ରଥା ଗୁଡିକ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରାଯିବାର ଅର୍ନ୍ତଦୃଷ୍ଟି ହାସଲ କରିବା ନିମନ୍ତେ ଶ୍ରୀ ପ୍ରଧାନ ମହାମହିମ ସାରା ମିଶେଲ୍‌, ଏମ୍‌ଏଲ୍‌ସି, ନ୍ୟୁ ସାଉଥ ୱେଲ୍ସ, ଶିକ୍ଷା ଏବଂ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହିତ ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ସ୍ଥିତ ଏକ ହୋମବୁଶ୍ ୱେଷ୍ଟ ପବ୍ଲିକ୍ ସ୍କୁଲ୍‌ ପରିଦର୍ଶନ କରିଥିଲେ। ସେ ସ୍କୁଲ୍‌ର ଯୁବ ଛାତ୍ର ଏବଂ ଶିକ୍ଷକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେ ଉତ୍ସାହରେ ଭରା ସ୍ୱାଗତ ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ସେମାନଙ୍କର ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ପିଲା ମାନଙ୍କ ନିମନ୍ତେ ଶସ୍ତା, ସୁଲଭ ଏବଂ ସାର୍ବଜନୀନ ପ୍ରାରମ୍ଭିକ ଶିକ୍ଷା ହିଁ ଉତମ ଶିକ୍ଷଣର ପରିଣାମ ଏବଂ ସମସ୍ତ ଉଜ୍ଜ୍ୱଳ ଭବିଷ୍ୟତର ପୁଞ୍ଜି ଅଟେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏନ୍‌ଏସ୍‌ଡବ୍ଲ୍ୟୁରେ ପ୍ରାରମ୍ଭିକ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷଣର ସର୍ବୋତମ ପ୍ରଥା ଗୁଡିକୁ ଏବଂ ସକାରାତ୍ମକ ଅନୁଭବ ଗୁଡିକୁ ଭାରତରେ ଅନୁସରଣ କରା ଯାଇ ପାରିବ, ଫଳରେ ପ୍ରାରମ୍ଭିକ ବାଲ୍ୟ କାଳର ଯତ୍ନ ଏବଂ ଶିକ୍ଷାକୁ ସମାନ ଏବଂ ସୁଲଭ କରା ଯାଇ ପାରିବ ଏବଂ ବିଶେଷ ରୂପରେ ସ୍କୁଲ୍‌ରେ ଦୈନିକ ପାଠ ସମ୍ପୂର୍ଣ୍ଣ କରା ଯିବା ପରେ ମଧ୍ୟ ଛୋଟ ପିଲା ମାନଙ୍କର ଯତ୍ନର ବ୍ୟବସ୍ଥାକୁ ସୁଦୃଢ଼ କରା ଯାଇ ପାରିବ।

ଶ୍ରୀ ପ୍ରଧାନ ମହାମହିମ ଜେସନ କେଲୟରଙ୍କ ସହିତ ଟ୍ୟାଫେ ଏନ୍‌ଏସ୍‌ଏଫ୍‌ରେ ଆପ୍ଲାଏଡ୍ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ମଧ୍ୟ ପରିଦର୍ଶନରେ ଯାଇଥିଲେ। ସେ କହିଥିଲେ ଯେ, ଏହି ସୁବିଧା ଯୁବକ ମାନଙ୍କ ପାଇଁ ବିଶ୍ୱ ସ୍ତରର ସୁଯୋଗ ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ନୂତନ ଯୁଗର କୌଶଳ ସହିତ ଖାପ ଖାଉଥିବା କୌଶଳ ଅନୁକୂଳ କରାଇବା ଏବଂ ଏହି କ୍ଷେତ୍ରରେ ଭିତିଭୂମି ପ୍ରକଳ୍ପ ଗୁଡିକୁ ଏବଂ ଆର୍ଥିକ ବିକାଶର ଗତିକୁ ଦ୍ରୁତ କରିବା ନିମନ୍ତେ ଏକ ଉତ୍କୃଷ୍ଟ ପ୍ରଶିକ୍ଷଣ କେନ୍ଦ୍ର ଅଟେ। ସେ କହିଥିଲେ ଯେ, ଭାରତ ମଧ୍ୟ ଏକ ବହୁ – ବିଷୟକ ଏବଂ ବହୁ – ପାକ୍ଷିକ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ସ୍ଥାପନ କରୁଛି, ଯାହାର ଉଦ୍ଦେଶ୍ୟ ହେଉଛି ଆଗାମୀ ପିଢ଼ିର କୁଶଳୀ ତଥା ଦକ୍ଷ ପେସାଦାର ମାନଙ୍କୁ ସୃଷ୍ଟି କରିବା, ଯେଉଁ ମାନେ ବୃଦ୍ଧି ପାଉଥିବା ଲଜିଷ୍ଟିକ୍ସ, ଭିତିଭୂମିର ବିକାଶ ଏବଂ ପରିବହନ କ୍ଷେତ୍ରରେ ଆବଶ୍ୟକ ହେଉଥିବା ସହଯୋଗ ପ୍ରଦାନ କରିବେ। ସେ କହିଥିଲେ ଯେ, ଗତି ଶକ୍ତି ବିଶ୍ୱ ବିଦ୍ୟାଳୟ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଟେକ୍ନୋଲୋଜି ଫର୍ କନ୍‌ଷ୍ଟ୍ରକ୍ସନ୍ ଉଦ୍ୟୋଗ – କେନ୍ଦ୍ରିତ କାର୍ଯ୍ୟକ୍ରମ ଗୁଡିକୁ ବିକଶିତ କରି, କୌଶଳରେ ନିହିତ ବ୍ୟବଧାନକୁ ସମାପ୍ତ କରି, କୌଶଳକୁ ବୃଦ୍ଧି କରିବା, ପୁଣି ଅଧିକ କୁଶଳ କରିବା, ଅଭିନବ ଡିଜିଟାଲ୍ ସମ୍ବଳ ସୃଷ୍ଟି କରିବା ଇତ୍ୟାଦି କ୍ଷେତ୍ରରେ ଏକା ସାଙ୍ଗରେ କାମ କରି ପାରିବେ।

ଏହା ପରେ ସନ୍ଧ୍ୟା ସମୟରେ ଶ୍ରୀ ପ୍ରଧାନ ସିଡନୀ ସ୍ଥିତ ୟୁଏନ୍‌ଏସ୍‌ଡବ୍ଲ୍ୟୁ, ‘ସଂସ୍ଥାଗତ ସହଯୋଗ ମାଧ୍ୟମରେ ଆମର ଭବିଷ୍ୟତରେ ବ୍ୟାପକ ପରିବର୍ତନ ଆଣିବା’ ବିଷୟ ଉପରେ ୟୁନିଭର୍ସିଟିଜ୍ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁଳପତି ମାନଙ୍କ ସହିତ, ଅଷ୍ଟ୍ରେଲିଆ ସରକାରଙ୍କର ଶିକ୍ଷା ବିଭାଗର ବରିଷ୍ଠ ପ୍ରତିନିଧି ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ସିଡନୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026
Latest News

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉଟସୋର୍ସିଙ୍ଗ ମହାସଂଘର ଆଲୋଚନା ସଫଳ: ଆନ୍ଦୋଳନ ସ୍ଥଗିତ

March 20, 2026

SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ: ଜଣେ ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.