
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଧଉଳି ଶାନ୍ତି ସ୍ତୁପର ୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ବୈଦ୍ଧ ଭିକ୍ଷୁଙ୍କ ପୂଜାପାଠ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ଲାଗି ଘୋଷଣା କରିବା ସହିତ ୯୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ଓଡ଼ିଶା ସରକାର ଏହି ଶାନ୍ତିସ୍ତୂପକୁ ଏକି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ଦିଗରେ ନିରନ୍ତର କାମ କରିଚାଲିଛନ୍ତି । ଏହାର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଏକ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ସମସ୍ତ ଉପସ୍ଥିତ ବୌଦ୍ଧ ଭିକ୍ଷୁ, ଶ୍ରମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଶ୍ବର ଅନେକ ଦେଶରୁ ଆସିଥିବା ସନ୍ୟାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।