Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତର ‘ପଳାତକ’କୁ କତାରରେ ସ୍ୱାଗତ, ଫିଫା ବିଶ୍ଵକପରେ ଇସଲାମର ପ୍ରଚାର କରିବେ ଜାକିର ନାୟକ
ଅନ୍ତରାଷ୍ଟ୍ରୀୟ

ଭାରତର ‘ପଳାତକ’କୁ କତାରରେ ସ୍ୱାଗତ, ଫିଫା ବିଶ୍ଵକପରେ ଇସଲାମର ପ୍ରଚାର କରିବେ ଜାକିର ନାୟକ

November 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ରେ ଧାର୍ମିକ ପ୍ରବଚନଦେବା ପାଇଁ ବିବାଦୀୟ ଭାରତୀୟ ଇସଲାମ ପ୍ରଚାରକ ଜାକିର ନାୟକଙ୍କୁ କତାର ନିମନ୍ତ୍ରଣ କରିଛି। ଭାରତରେ ଅର୍ଥ ହେରେଫେର ଏବଂ ବିବାଦୀୟ ଭାଷଣ ଅଭିଯୋଗର ସମ୍ମୁଖୀନ ହୋଇଥିବା ନାୟକ ୨୦୧୭ ମସିହାରୁ ମାଲେସିଆରେ ନିର୍ବାସନରେ ରହୁଛନ୍ତି। ଭାରତ ତାଙ୍କୁ ପଳାତକ ଘୋଷଣା କରିଛି। କତାରର ସରକାରୀ କ୍ରୀଡ଼ା ଚ୍ୟାନେଲ ଅଲକାସର ଉପସ୍ଥାପିକା ଫୈସଲ ଅଲହଜ୍ରି ଟ୍ୱିଟ କରି କହିଛନ୍ତି ଯେ, ବିଶକପ୍ ସମୟରେ ପ୍ରଚାରକ ଶେଖ ଜାକିର ନାୟକ କତାରରେ ଅଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟରେ ଅନେକ ଧାର୍ମିକ ବକ୍ତୃତା ପ୍ରଦାନ କରିବେ। ଆମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ କତାରରେ ନାୟକଙ୍କ ଉପସ୍ଥିତିକୁ ପୃଷ୍ଟି କରିଛନ୍ତି ଏବଂ ଟ୍ୱିଟ୍ କରି କହିଛନ୍ତି ଯେ, ଆମ ସମୟର ଅନ୍ୟତମ ଲୋକପ୍ରିୟ ଇସଲାମ ବିଦ୍ୱାନ ଡ ଜାକିର ନାୟକ #ଫିଫା ୱାର୍ଲ୍ଡକପ୍ ପାଇଁ #କାତାରରେ ପହଞ୍ଚିଛନ୍ତି।

ଜାକିର ନାୟକଙ୍କ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) କୁ ୨୦୧୬ର ଶେଷ ଭାଗରେ ଏହାର ଅନୁଗାମୀମାନଙ୍କ ଦ୍ଵାରା ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ଏବଂ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା ଭାବନାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା ​​ଏବଂ ସହାୟତା ପ୍ରଦାନ କରିବା ଅଭିଯୋଗରେ ବେଆଇନ ଘୋଷିତ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଗୃହ ମନ୍ତ୍ରଣାଳୟ (MHA) ଆଇଆରଏଫକୁ ଏକ ବେଆଇନ ସଙ୍ଗଠନ ଘୋଷଣା କରି ଏହାକୁ ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ କରିଛି। ୧୯୯୦ ଦଶକରେ ଆଇଆରଏଫ୍ ମାଧ୍ୟମରେ ଦାୱାଙ୍କ କାର୍ଯ୍ୟକଳାପ (ଲୋକଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଆମନ୍ତ୍ରଣ କରିବାର କାର୍ଯ୍ୟ) ପାଇଁ ଖ୍ୟାତି ଅର୍ଜନ କରିଥିବା ନାୟକ ମଧ୍ୟ ଏକ ‘ତୁଳନାତ୍ମକ ଧର୍ମ’ ପିସ୍ ଟିଭିର ପ୍ରତିଷ୍ଠାତା ଅଟନ୍ତି।

୧୦୦ ମିଲିୟନରୁ ଅଧିକ ଦର୍ଶକଙ୍କ ପାଖରେ ଏହି ଚ୍ୟାନେଲ ପହଞ୍ଚିଥିବା ଜଣାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ତାଙ୍କୁ ସଲାଫି (ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ଏକ ସଂସ୍କାରମୂଳକ ପ୍ରୟାସ) ଭାବନାର ଏକ ପ୍ରଦର୍ଶକ ଭାବରେ ଗ୍ରହଣ କରନ୍ତି। ଭାରତୀୟ ଆଇନରୁ ରକ୍ଷା ପାଇବା ପାଇଁ ଜାକିର ନାୟକ ମାଲେସିଆ ଯାଇଥିଲେ। ମାଲେସିଆରେ ତାଙ୍କର ସ୍ଥାୟୀ ବାସସ୍ଥାନ ଥାଇ ମଧ୍ୟ ଏହି ଦେଶ ନାୟକଙ୍କୁ ‘ଜାତୀୟ ନିରାପତ୍ତା’ର ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୦ ରେ’ ଧାର୍ମିକ ପ୍ରଚାର’ କରିବାକୁ ବାରଣ କରିଥିଲା। ବାସ୍ତବରେ ମୁସଲିମ ଦେଶରେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ ଆୟୋଜନ କରାଯାଉଛି। ବିଶେଷଜ୍ଞମାନେ ଏହାକୁ ଇସଲାମ ପ୍ରଚାର ପାଇଁ ଏକ ଉପକରଣ ଭାବରେ ଦେଖୁଛନ୍ତି। ବିବାଦୀୟ ଭାରତୀୟ ଚିତ୍ରକାର ଏମଏଫ ହୁସେନଙ୍କୁ କତାର ଆଶ୍ରୟ ଦେଇଥିଲା। ଏପରିକି ନୁପୁର ଶର୍ମା ବିବାଦରେ ବିରୋଧ କରୁଥିବା ଦେଶଗୁଡିକର କତାର ନେତୃତ୍ୱ ନେଉଥିଲା।

ଜାକିର ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.