ଅକ୍ସିଜେନ ସପୋର୍ଟରେ ଲଲିତ ମୋଦୀ, କରୋନା ପଜିଟିଭ ହେବା ପରେ ହେଲା ନିମୋନିଆ

Published: Jan 14, 2023, 9:47 am IST

ନୂଆଦିଲ୍ଲୀ: ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ଲଲିତ ମୋଦୀ କରୋନା ପଜିଟିଭ୍ ହେବାର ଏକ ସପ୍ତାହ ପରେ ୨୪ ଘଣ୍ଟିଆ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ଲଲିତ ମୋଦୀ ସୋସିଆଲ ମିଡିଆ କିମ୍ବା ପୋଷ୍ଟରେ ଏହା ପ୍ରକାଶ କରିଛନ୍ତି। ଲଲିତ ମୋଦୀ କହିଛନ୍ତି ଯେ ସେ ଦୁଇ ସପ୍ତାହରେ ଦୁଇଥର କୋଭିଡ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କର ଗଭୀର ନିମୋନିଆ ଅଛି।

ଶୁକ୍ରବାର ଦିନ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ ସେ ଦୁଇଥର କୋଭିଡ ପଜିଟିଭ୍ ହୋଇଛନ୍ତି। କୋଭିଡ ପରେ ତାଙ୍କୁ ନିମୋନିଆ ହୋଇଥିଲା।

ଗତ ବର୍ଷ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ସମ୍ପର୍କ ଘୋଷଣା କରିବା ପରେ ଲଲିତ ମୋଦୀ ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ଜୁଲାଇ ୧୪ ତାରିଖ ୨୦୨୨ରେ ଲଲିତ ମୋଦୀ ଅନେକ ଫଟୋ ପୋଷ୍ଟ କରି ଇନଷ୍ଟାଗ୍ରାମରେ ସୁସ୍ମିତା ସେନଙ୍କ ସହ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ। ତେବେ ଆଇପିଏଲ ଫାଉଣ୍ଡରଙ୍କ ସହ ଡେଟିଂ ସମ୍ପର୍କରେ ସୁସ୍ମିତା ସେନ କୌଣସି ନିଶ୍ଚିତ କରିନାହାଁନ୍ତି।

Related posts