ପାକିସ୍ତାନର ସାଧାରଣ ଲୋକଙ୍କୁ ବଡ ଝଟକା, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହେଲା ବଡ ବୃଦ୍ଧି

Published: Jan 29, 2023, 4:26 pm IST

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ଅବସ୍ଥା ବିଷୟରେ ସାରା ବିଶ୍ୱ ଅବଗତ ଅଛନ୍ତି। ଏହି ସମୟରେ, ସାଧାରଣ ଲୋକ, ମୁଦ୍ରାସ୍ଫୀତି ଦ୍ଵାରା ଅସୁବିଧାରେ ପଡିଛନ୍ତି। ପାକିସ୍ଥାନର ଲୋକ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ଟଙ୍କା ବୃଦ୍ଧି କରିଛନ୍ତି। ଏହା ସହିତ କିରୋସିନ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି।

ପାକିସ୍ତାନର ଶେହବାଜ ସରିଫ ସରକାର ଆଜି ପେଟ୍ରୋଲିୟମ ଦ୍ରବ୍ୟର ନୂତନ ମୂଲ୍ୟ ଘୋଷଣା କରିଛନ୍ତି।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବଡ ବୃଦ୍ଧି :

ପାକିସ୍ତାନର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକଙ୍କ ପାଇଁ ଦୈନନ୍ଦିନ ଜିନିଷ ମଧ୍ୟ ପାଇବା କଷ୍ଟକର ହୋଇପଡୁଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବ୍ୟାପକ ବୃଦ୍ଧି ସାଧାରଣ ଲୋକଙ୍କ ଅସୁବିଧାକୁ ବଢାଇ ଦେଇଛି। ରବିବାର ଦିନ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଡାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୩୫ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି।

ପାକିସ୍ତାନରେ ପେଟ୍ରୋଲିୟମ ଦ୍ରବ୍ୟର ନୂତନ ମୂଲ୍ୟ:

ହାଇ ସ୍ପିଡ୍ ଡିଜେଲ- ଲିଟର ପିଛା ୨୬୨.୮୦ (ପାକିସ୍ତାନ ଟଙ୍କା)

ଏମଏସ ପେଟ୍ରୋଲ- ଲିଟର ପିଛା ୨୪୯.୮୦ (ପାକିସ୍ତାନ ଟଙ୍କା)

କିରୋସିନ- ଲିଟର ପିଛା ୧୮୯.୮୩ (ପାକିସ୍ତାନ ଟଙ୍କା)

ହାଲୁକା ଡିଜେଲ ତେଲ- ଲିଟର ପିଛା ୧୮୭ (ପାକିସ୍ତାନ ଟଙ୍କା)।

Related posts