Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ଉଚିତ: ମୁକ୍ତଦର ଖାନ
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବା ଉଚିତ: ମୁକ୍ତଦର ଖାନ

February 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାକିସ୍ତାନ ବର୍ତ୍ତମାନ ଏକ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ହେତୁ ସରକାର ଅନେକ ଜରୁରୀ ସାମଗ୍ରୀ ଆମଦାନୀ କରିବାରେ ସକ୍ଷମ ନୁହଁନ୍ତି। ଏଥି ସହିତ ଦେଶରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି। ଦାରିଦ୍ର ଏବଂ କ୍ଷୁଧା ହେତୁ ପରିସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି। ଏହି ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀର, ଗିଲଗିତ-ବାଲ୍ଟିସ୍ତାନରେ ଶାହାବାଜ ସରକାରଙ୍କ ଉପରେ ଲୋକଙ୍କ ଅସନ୍ତୋଷ ବଢିବରେ ଲାଗିଛି।

ପାକିସ୍ତାନ ଅଧିକୃତ କାଶ୍ମୀରର ଲୋକମାନେ ପାକିସ୍ତାନର ଶେହବାଜ ସରିଫ ସରକାରଙ୍କ ବିରୋଧରେ ଭେଦଭାବ କରୁଥିବାର ଗୁରୁତର ଅଭିଯୋଗ ଆଣିଛନ୍ତି। ଏଠାରେ କ୍ରୋଧିତ ଲୋକମାନେ ବର୍ତ୍ତମାନ ପିଓକେ କୁ ଭାରତ ସହିତ ମିଶ୍ରଣ କରିବାର ଦାବି ଦୋହରାଉଛନ୍ତି।

ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ଗିଲଗିତ ବାଲ୍ଟିସ୍ତାନରୁ ପାକିସ୍ତାନ ସରକାରଙ୍କ ବିରୋଧରେ କ୍ରମାଗତ ଭାବରେ ସ୍ୱର ଉତ୍ତୋଳନ କରାଯାଉଛି। ଲୋକମାନେ ରାସ୍ତାରେ ସରକାର ବିରୋଧରେ ଶୋଭାଯାତ୍ରା କରୁଛନ୍ତି। ଏକ ଗୁରୁତର ଅର୍ଥନୈତିକ ସଙ୍କଟ ମଧ୍ୟରେ ସେଠାକାର ଲୋକମାନେ ସେମାନଙ୍କର ଅଞ୍ଚଳକୁ ଭାରତ ସହିତ ମିଶ୍ରଣ କରାଯାଉ ବୋଲି ଦାବି କରୁଛନ୍ତି। ବିରୋଧ ସମ୍ପର୍କରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଶୋଭାଯାତ୍ରାରେ ସମ୍ପୃକ୍ତ ଲୋକମାନେ କାର୍ଗିଲ ରାସ୍ତା ଖୋଲିବାକୁ ଦାବି କରୁଛନ୍ତି। ଲୋକମାନେ ସ୍ଲୋଗାନ ଦେଇ କହୁଛନ୍ତି ଯେ, “ଆର ପାର ଯୋଡ ଦୋ, କାର୍ଗିଲ କୋ ଖୋଲ ଦୋ”।

ପାକ୍ ଅକ୍ତିଆର କରିଥିବା କାଶ୍ମୀରର ଲୋକମାନେ ବର୍ତ୍ତମାନ ଦେଶର ସେନା ବିରୋଧରେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏଥି ସହିତ ତାଲିବାନ ଦ୍ୱାରା ପାକିସ୍ତାନକୁ ମଧ୍ୟ ନିରନ୍ତର ଚେତାବନୀ ଦିଆଯାଇଛି। ଏଭଳି ପରିସ୍ଥିତିରେ ଧୀରେ ଧୀରେ ପାକିସ୍ତାନ ସରକାରଙ୍କ ଅସ୍ଥିରତା ମଧ୍ୟ ବୃଦ୍ଧି ପାଉଛି। ନିକଟରେ ଆମେରିକାର ଡେଲାୱେର୍ ୟୁନିଭରସିଟିର ପ୍ରଫେସର ମୁକ୍ତଦର ଖାନ୍ ମଧ୍ୟ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନୀ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ ଉଲ୍ଲେଖ କରିଛନ୍ତି ଯେ, ଯଦି ଭାରତ ଚାହେଁ, ତେବେ ଯୁଦ୍ଧ ଘୋଷଣା କରି ପିଓକେ ଏବଂ ଏହାର ଅନ୍ୟାନ୍ୟ ଅଂଶ ମିଶାଇ ଦେଇପାରେ।

ପାକିସ୍ତାନରେ ଗୁରୁତର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଫେସର ମୁକ୍ତଦର ଖାନ କହିଛନ୍ତି ଯେ, ପାକିସ୍ତାନ ସରକାର ଭାରତକୁ ଧନ୍ୟବାଦ ଦେବା ଉଚିତ। ଏହାର କାରଣ ହେଉଛି ଭାରତ ପାକିସ୍ତାନର ଦୁର୍ବଳ ସ୍ଥିତିର ଫାଇଦା ନେବାକୁ ଚେଷ୍ଟା କରି ନାହିଁ। ପାକିସ୍ତାନ ସବୁବେଳେ ଏହି କଥା ମନେ ରଖିବା ଉଚିତ୍।

ଏହା ବ୍ୟତୀତ ପାକିସ୍ତାନର ନେତାମାନଙ୍କୁ ବୁଝିବାକୁ ପଡିବ ଯେ, ଭାରତର ନେତାମାନେ ଅଧିକ ସମ୍ମାନିତ ଏବଂ ଆଦୌ ସେମାନଙ୍କ ଭଳି ନୁହଁନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାକିସ୍ତାନର ନେତୃତ୍ୱ ଏବଂ ସେଠାରେ ଥିବା ସାଧାରଣ ଜନତା ମଧ୍ୟ ବୁଝନ୍ତି ଯେ ଭାରତ ସହିତ ଯୁଦ୍ଧ କରିବା ପୂର୍ବରୁ ସେମାନଙ୍କୁ ଅନେକ ଥର ଚିନ୍ତା କରିବାକୁ ପଡିବ।

ଆର୍ଥିକ ସଙ୍କଟ ପାକିସ୍ତାନ ଭାରତ ଶେହବାଜ ସରିଫ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026
Latest News

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣା: ମୁଖମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

April 28, 2026

ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼

April 28, 2026

ଆୟୁର୍ବେଦ, ହୋମିଓପାଥିକ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦରମା ବୃଦ୍ଧି

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.