ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ: ଯାତ୍ରା କରୁଥିଲେ ୩୦୦ ଯାତ୍ରୀ

Published: Feb 22, 2023, 10:37 am IST
AirIndia-flight

ନୂଆଦିଲ୍ଲୀ: ଯାନ୍ତ୍ରିକ ତ୍ରୁଟି ହେତୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଷ୍ଟକହୋମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଅବତରଣ ସମୟରେ ବିମାନରେ ୩୦୦ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି। ତେବେ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ବିମାନବନ୍ଦରରେ ଅଗ୍ନିଶମ ବାହିନୀ ଦଳ ନିୟୋଜିତ ହୋଇସାରିଛି।

ବେସାମରିକ ବିମାନ ଚଳାଚଳ (ଡିଜିସିଏ) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତେଲ ଲିକ୍ ହେବା ପରେ ଇଞ୍ଜିନ ବନ୍ଦ ହୋଇଯାଇଥିଲା ଏବଂ ପରେ ବିମାନଟି ସୁରକ୍ଷିତ ଭାବରେ ଷ୍ଟକହୋମରେ ଅବତରଣ କରିଥିଲା। ଅଧିକାରୀ କହିଛନ୍ତି ଯେ, ଯାଞ୍ଚ ସମୟରେ ଦ୍ୱିତୀୟ ଇଞ୍ଜିନର ଡ୍ରେନ୍ ମାଷ୍ଟରୁ ତେଲ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସୋମବାର ଦିନ ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ମେଡିକାଲ ଜରୁରୀକାଳୀନ ପରିସ୍ଥିତି କାରଣରୁ ଲଣ୍ଡନରେ ଅବତରଣ କରାଯାଇଥିଲା।

Related posts