ଇଟାଲୀରେ ଦୁଇଟି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ

Published: Mar 8, 2023, 12:01 pm IST

ନୂଆଦିଲ୍ଲୀ: ଆଜି ରୋମର ଉତ୍ତର-ପଶ୍ଚିମ ଟ୍ରେନିଂ ସମୟରେ ଦୁଇଟି ଇଟାଲୀ ବାୟୁସେନା ବିମାନ ମଧ୍ୟଭାଗରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ବିମାନ ଦୁର୍ଘଟଣାରେ ବିମାନ ଚଳାଉଥିବା ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏନେଇ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସୂଚନା ଦେଇଛନ୍ତି।

ଇଟାଲୀ ବାୟୁସେନାର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଉଭୟ ପାଇଲଟ୍ ୟୁ-୨୦୮ ଟ୍ରେନିଂ ବିମାନରେ ଥିଲେ ଏବଂ ଏକ ଟ୍ରେନିଂ ମିଶନରେ ଭାଗ ନେଉଥିଲେ। ତେବେ ଧକ୍କା ହେବାର ମୁଖ୍ୟ କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଯେ, ଗୁଇଡୋନିଆ ନିକଟରେ ଏକ ଟ୍ରେନିଂ ଦୁର୍ଘଟଣାରେ ଦୁଇ ବାୟୁସେନା ପାଇଲଟଙ୍କ ମୃତ୍ୟୁ ଖବର ଶୁଣି ଆମେ ନିରାଶ ହୋଇଛୁ। ଏଥିପାଇଁ ପ୍ରଧାନମନ୍ତ୍ରୀ ପାଇଲଟଙ୍କ ପରିବାର ଏବଂ ବାୟୁସେନା ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପ୍ରକାଶ ଯେ, ୟୁ-୨୦୮ ହେଉଛି ହାଲୁକା ଓଜନ ଏକକ ଇଞ୍ଜିନ ବିମାନ। ଏଥିରେ ୪ ଜଣ ଯାତ୍ରୀଙ୍କ ବସିବାର କ୍ଷମତା ଅଛି। ବିମାନର ସର୍ବାଧିକ ଗତି ହେଉଛି ୨୮୫ କିଲୋମିଟର।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଇଟାଲୀ ଏୟାରଫୋର୍ସ ଦୁର୍ଘଟଣାଗ୍ରସ୍ତ ବିମାନର ଭିଡିଓ ମଧ୍ୟ ପ୍ରସାରିତ ହେଉଛି। ଏହି ଭିଡିଓରେ, ରାସ୍ତା ପାର୍ଶ୍ୱରେ ବିମାନଟି କିପରି ଜଳୁଛି ତାହା ସ୍ପଷ୍ଟ ଭାବରେ ଦେଖାଯାଉଛି। ଆପାର୍ଟମେଣ୍ଟ ବିଲ୍ଡିଂ ପାର୍ଶ୍ୱରେ ଥିବା ଏକ ସଂକୀର୍ଣ୍ଣ କରିଡରରେ ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସମୟରେ ଦ୍ୱିତୀୟ ବିମାନଟି ନିକଟସ୍ଥ ପଡ଼ିଆରେ ପଡିଛି।

Related posts