
ନୂଆଦିଲ୍ଲୀ: ଆଜି ନ୍ୟୁଜିଲ୍ୟାଣ୍ଡରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ବିଶ୍ଵର ଭୂମିକମ୍ପ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଆମେରିକା ଜିଓଲୋଜିକାଲ ସର୍ଭେ (USGS) ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର କେରମାଡେକ୍ ଦ୍ୱୀପପୁଞ୍ଜରେ ୭.୧ ତୀବ୍ରତାର ଏକ ଭୂମିକମ୍ପ ଘଟିଛି। ୧୦ କିଲୋମିଟର ଗଭୀରତାରେ ଆସିଛି। ଏଭଳି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ରିପୋର୍ଟ ଆସିନୀ।