ଭୀଷଣ ଭୂକମ୍ପରେ ଥରିଲା ଦିଲ୍ଲୀ: ଆତଙ୍କିତ ଅବସ୍ଥାରେ ଲୋକେ

Published: Mar 22, 2023, 12:04 am IST

ନୂଆଦିଲ୍ଲୀ: ଆଜି ରାତିରେ ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। କୋଠାଗୁଡ଼ିକର କମ୍ପନ ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ପ୍ରାୟ ଏକ ମିନିଟ୍ ପାଇଁ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଫଗାନିସ୍ତାନର ଫଇଜବାଦରେ ରିକ୍ଟର ସ୍କେଲରେ ୬.୬ ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୧୫୬ କିଲୋମିଟର ଗଭୀରରେ ଥିଲା।

ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ, ଚଣ୍ଡିଗଡ଼ ଏବଂ ଶ୍ରୀନଗର ସମେତ ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା ଯେତେବେଳେ ଅଧିକାଂଶ ଲୋକ ଶୋଇବା ପାଇଁ ପ୍ରସ୍ତୁତ ହେଉଥିଲେ କିମ୍ବା ରାତ୍ରୀ ଭୋଜନ ପରେ ବିଶ୍ରାମ ନେଉଥିଲେ। କମ୍ପନ ପରେ ଲୋକଙ୍କ ମଧ୍ୟରେ ଅସ୍ଥିରତା ବୃଦ୍ଧି ପାଇଲା। ଅନେକ ଲୋକ ରାସ୍ତା ଓ ପାର୍କ ଆଡକୁ ଦୌଡିବାକୁ ଲାଗିଲେ।

ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଘର, ଦୋକାନ, ବଜାର କିମ୍ବା ରାସ୍ତାରେ ଥିବା ଲୋକମାନେ ଏହାକୁ ଅନୁଭବ କରିଥିଲେ। ବର୍ତ୍ତମାନ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଦିଲ୍ଲୀ, ଇସଲାମାବାଦ ଏବଂ କାବୁଲରେ ଧନ ଜୀବନ ନଷ୍ଟ ହେବାର ଖବର ନାହିଁ। ଭାରତରେ ଭୂକମ୍ପର ସର୍ବାଧିକ ପ୍ରଭାବ ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା ସମେତ ଦିଲ୍ଲୀ-ଏନସିଆରରେ ରହିଛି।

Related posts