ଆଜି ରାତିରେ ଘଣ୍ଟାଟିଏ ପାଇଁ ଘରର ସମସ୍ତ ବିଦ୍ୟୁତ ସୁଇଚ୍ ବନ୍ଦ କରିବାକୁ ପରାମର୍ଶ

Published: Mar 25, 2023, 12:51 pm IST
EarthHour

ଭୁବନେଶ୍ବର: ଆଜି ଘଣ୍ଟାଟିଏ ପାଇଁ ଘର ଏବଂ ଅଫିସର ଲାଇନ ସୁଇଚ ଅପ କରିବା ପାଇଁ ପରାମର୍ଶ ଦିଆଯାଇଛି। କାରଣ ହେଲା ଆଜି ସଂଧ୍ୟାରେ ପାଳନ ହେବ ଆର୍ଥ ଆୱାର। ଫଳରେ ସମସ୍ତେ ନିଜ ଘରର ଲାଇଟ, ଫ୍ୟାନ, ଏସି, ଫ୍ରିଜ, ଟିଭି ପ୍ରଭୁତି ବୈଦ୍ୟୁତିକ ଉପକରଣର ସୁଇଚ ବନ୍ଦ କରିବା ପାଇଁ କୁହାଯାଇଛି।

ଏହାର କାରଣ ହେଲା ବର୍ତ୍ତମାନ ପୃଥିବୀ ଧିରେ ଧିରେ ଉତପ୍ତ ହେବାରେ ଲାଗିଛି। ଏଥିପାଇଁ ଆମ ଘରର ବିଦ୍ୟୁତ ମଧ୍ୟ କେତେକ କାରଣ ପାଇଁ ଦାୟୀ। ସେଥିପାଇଁ ଆଜି ରାତି 8 ଟା 30 ରୁ 9 ଚା 30 ପର୍ଯ୍ୟନ୍ତ ବିଦ୍ୟୁତ ବନ୍ଦ କରିବାକୁ ଅନୁରୋଧ କରାଯାଇଛି। ଗୋଟିଏ ସମୟରେ ପୃଥିବୀର ବିଦ୍ୟୁତ ବନ୍ଦ ହେଲେ ତାହାର ପ୍ରଭାବ ପଡିବାକୁ ଥିବାରୁ ସବୁଆଡେ ଗୋଟିଏ ସମୟ ଧାର୍ଯ୍ୟ କରାଯାଇଛି।

Related posts