Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନରେ ଯାହା ଘଟୁଛି, ସେସବୁ ବିଜେପି, ଆରଏସଏସ କରୁଛି: ଇସଲାମାବଦ ସରକାର
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନରେ ଯାହା ଘଟୁଛି, ସେସବୁ ବିଜେପି, ଆରଏସଏସ କରୁଛି: ଇସଲାମାବଦ ସରକାର

May 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ଗିରଫ ହେବା ପରେ ଦେଶର ଅବସ୍ଥା ବିଗିଡି ଯାଇଛି। ପିଟିଆଇ ସମର୍ଥକମାନେ ପାକିସ୍ତାନର ଅନେକ ସହରରେ ହଙ୍ଗାମା ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ୧୯ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଶାହବାଜ ସରିଫଙ୍କ ସରକାର ବିଫଳ ହୋଇଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ୱତନ୍ତ୍ର ସହକାରୀ ଅତ୍ତା ତରାର ଦାବି କରିଛନ୍ତି ଯେ, ଆରଏସଏସ ଏବଂ ବିଜେପି ପଠାଇଥିବା ଲୋକମାନେ ପାକିସ୍ତାନରେ ଭଙ୍ଗାରୁଜା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ଵତନ୍ତ୍ର ସହକାରୀ ଅତ୍ତା ତରାର ମଇ ୧୦ ତାରିଖରେ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁମାନେ ଭଙ୍ଗାରୁଜା କରୁଛନ୍ତି ଏବଂ ନିଆଁ ଲଗାଉଛନ୍ତି, ଏହି ସମସ୍ତ ଲୋକ ଭାରତରୁ ଆସିଛନ୍ତି। ଏହି ଲୋକଙ୍କୁ ଆରଏସଏସ ଏବଂ ବିଜେପି ପଠାଇଛି। ଇମ୍ରାନ ଖାନଙ୍କ ଗିରଫ ପଛରେ ଆରଏସଏସ ଏବଂ ବିଜେପି ସହ ଜଡିତ ଲୋକମାନେ ଅଛନ୍ତି। ଏହି ଘଟଣା ପରେ ଭାରତରେ ଉତ୍ସବ ପାଳନ କରାଯାଇଥିଲା। ଆରଏସଏସ ଏବଂ ବିଜେପି ଏହି ଉତ୍ସବ ପାଳନ କରିଛନ୍ତି।

ପାକିସ୍ତାନରେ ଯାହା ଘଟୁଛି, ତାହାକୁ ନେଇ ଭାରତରେ ମିଠା ବଣ୍ଟନ କରାଯାଇଥିଲା ବୋଲି ଅତ୍ତା ତରାର କହିଛନ୍ତି। RSS ର ନିର୍ଦ୍ଦେଶରେ ସବୁକିଛି ଘଟିଗଲା। ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ବ୍ୟାପକ ଅଶାନ୍ତି ଏବଂ ହିଂସାତ୍ମକ ଅରାଜକତା ବ୍ୟାପିଛି।

ବିକ୍ଷୋଭକାରୀମାନେ ବୁଦା, ଟାୟାର ଜାଳି ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟ (GHQ) କୁ ଯାଉଥିବା ରାସ୍ତାରେ ଇଟା ଓ ପଥର ଫିଙ୍ଗିଥିବା ବେଳେ ଅନ୍ୟମାନେ GHQ ର ମୁଖ୍ୟ ଫାଟକରେ ପଥର ଓ ଇଟା ଫିଙ୍ଗିଥିଲେ। ଇସଲାମାବାଦ, ଲାହୋର, କରାଚି, ପେଶୱାର ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ପିଟିଆଇ ର କ୍ରୋଧିତ ସମର୍ଥକମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ଆରଏସଏସ ଇମ୍ରାନ ଖାନ ପାକିସ୍ତାନ ବିଜେପି ଶାହବାଜ ସରିଫ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.