Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅନୱାର-ଉଲ-ହକ ହେବେ ପାକିସ୍ତାନର ଅଷ୍ଟମ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଅନୱାର-ଉଲ-ହକ କକର ଆଜି ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିଆଜଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲା, ଯାହା ପରେ ଅନୱାର-ଉଲ-ହକଙ୍କ ନାମ ଉପରେ ସହମତି ପ୍ରକାଶ ପାଇଥିଲା।

ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶେହବାଜ ଏବଂ ଏନଏ ର ବିରୋଧୀ ଦଳର ନେତା ରାଜା ରିଆଜ ଅନୱାର-ଉଲ ହକଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ସମ୍ପର୍କରେ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ପରାମର୍ଶ ପଠାଇଛନ୍ତି।

ରିପୋର୍ଟ ଅନୁଯାୟୀ, ପିଏମଓ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ବାଲୁଚିସ୍ତାନ ସାଂସଦ ଅନୱାର-ଉଲ-ହକ କକ୍କରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାକିସ୍ତାନରେ ଯାହା ଘଟୁଛି, ସେସବୁ ବିଜେପି, ଆରଏସଏସ କରୁଛି: ଇସଲାମାବଦ ସରକାର

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ ଖାନ ଗିରଫ ହେବା ପରେ ଦେଶର ଅବସ୍ଥା ବିଗିଡି ଯାଇଛି। ପିଟିଆଇ ସମର୍ଥକମାନେ ପାକିସ୍ତାନର ଅନେକ ସହରରେ ହଙ୍ଗାମା ଆରମ୍ଭ କରିଛନ୍ତି। ଏହି ସମୟ ମଧ୍ୟରେ ୧୯ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଶାହବାଜ ସରିଫଙ୍କ ସରକାର ବିଫଳ ହୋଇଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ୱତନ୍ତ୍ର ସହକାରୀ ଅତ୍ତା ତରାର ଦାବି କରିଛନ୍ତି ଯେ, ଆରଏସଏସ ଏବଂ ବିଜେପି ପଠାଇଥିବା ଲୋକମାନେ ପାକିସ୍ତାନରେ ଭଙ୍ଗାରୁଜା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ଵତନ୍ତ୍ର ସହକାରୀ ଅତ୍ତା ତରାର ମଇ ୧୦ ତାରିଖରେ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁମାନେ ଭଙ୍ଗାରୁଜା କରୁଛନ୍ତି ଏବଂ ନିଆଁ ଲଗାଉଛନ୍ତି, ଏହି ସମସ୍ତ ଲୋକ ଭାରତରୁ ଆସିଛନ୍ତି। ଏହି ଲୋକଙ୍କୁ ଆରଏସଏସ ଏବଂ ବିଜେପି ପଠାଇଛି। ଇମ୍ରାନ ଖାନଙ୍କ ଗିରଫ ପଛରେ ଆରଏସଏସ ଏବଂ ବିଜେପି ସହ ଜଡିତ ଲୋକମାନେ ଅଛନ୍ତି। ଏହି ଘଟଣା ପରେ ଭାରତରେ ଉତ୍ସବ ପାଳନ କରାଯାଇଥିଲା। ଆରଏସଏସ ଏବଂ ବିଜେପି ଏହି ଉତ୍ସବ ପାଳନ କରିଛନ୍ତି।

ପାକିସ୍ତାନରେ ଯାହା ଘଟୁଛି, ତାହାକୁ ନେଇ ଭାରତରେ ମିଠା ବଣ୍ଟନ କରାଯାଇଥିଲା ବୋଲି ଅତ୍ତା ତରାର କହିଛନ୍ତି। RSS ର ନିର୍ଦ୍ଦେଶରେ ସବୁକିଛି ଘଟିଗଲା। ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ବ୍ୟାପକ ଅଶାନ୍ତି ଏବଂ ହିଂସାତ୍ମକ ଅରାଜକତା ବ୍ୟାପିଛି।

ବିକ୍ଷୋଭକାରୀମାନେ ବୁଦା, ଟାୟାର ଜାଳି ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟ (GHQ) କୁ ଯାଉଥିବା ରାସ୍ତାରେ ଇଟା ଓ ପଥର ଫିଙ୍ଗିଥିବା ବେଳେ ଅନ୍ୟମାନେ GHQ ର ମୁଖ୍ୟ ଫାଟକରେ ପଥର ଓ ଇଟା ଫିଙ୍ଗିଥିଲେ। ଇସଲାମାବାଦ, ଲାହୋର, କରାଚି, ପେଶୱାର ଏବଂ ଦେଶର ଅନ୍ୟାନ୍ୟ ପ୍ରମୁଖ ସହରରେ ପିଟିଆଇ ର କ୍ରୋଧିତ ସମର୍ଥକମାନେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ପୁଣି ଭାଙ୍ଗିବ କି ସରକାର? ଦାଦା ଶେହବାଜ ବିରୋଧରେ ମୋର୍ଚ୍ଚା ଖୋଲିଲେ ମରିୟମ ନୱାଜ

ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସରକାର ପୁଣି ଥରେ ଭାଙ୍ଗିବାର ସମ୍ଭାବନା ରହିଛି। ସରିଫ ପରିବାରରେ ଏକ ବଡ଼ ମତଭେଦ ଥିବା ଜଣାପଡିଛି। ଶରିଫ ପରିବାରର ଶାସକ ଦଳ ପିଏମଏଲ (ଏନ) ରେ ବିଭାଜନ ପୁଣି ଥରେ ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି କରିପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ନିଜ ଦାଦା ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।

ବଢୁଥିବା ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଶାହବାଜ ସରିଫଙ୍କୁ ଏବେ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ବର୍ତ୍ତମାନର ସରକାରଠାରୁ ନିଜକୁ ଅଲଗା କରିବାକୁ ମରିୟମ ନୱାଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର PML (N) ର ନୁହଁନ୍ତି। ସେ କହିଛନ୍ତି ଯେ ଆମ ସରକାର ସେତେବେଳେ ଗଠନ ହେବ, ଯେତେବେଳେ ନୱାଜ ସରିଫ ପାକିସ୍ତାନରେ ରହିବେ।

ପିଏମଏଲ (ଏନ) ଭିତରେ ଚର୍ଚ୍ଚା ହେଉଛି ଯେ, ମରିୟମ ନୱାଜ ନିଜେ ଶେହବାଜ ସରିଫଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଏକ ବଡ଼ ଆଲୋଚନା ହେଉଛି ଯେ, ନୱାଜ ସରିଫଙ୍କ ଜ୍ବାଇଁ ଅର୍ଥାତ୍ ମରିୟମଙ୍କ ସ୍ୱାମୀ କ୍ୟାପଟେନ (ଅବସରପ୍ରାପ୍ତ) ମୋ. ସଫଦର ପାର୍ଟିରେ ମାହୋଲ ତିଆରି କରୁଛନ୍ତି। ଶାହବାଜ ସରିଫଙ୍କୁ ବଦଳାଇବା ଏବଂ ତାଙ୍କ ପତ୍ନୀ ମରିୟମଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କରିବା ପାଇଁ ସଫଦର ଏକ ଅଭିଯାନ ଚଳାଉଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଗିରଫ ହେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀ: ଅର୍ଥ ହେରଫେର ମାମଲାରେ ଏଫଆଇଆର ରୁଜ୍ଜୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହାବାଜ ଗିରଫ ହୋଇପାରନ୍ତି। ଅର୍ଥ ହେରଫେର ମାମଲାରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (FAI) ଏଫ୍ଆଇଆର୍ ଦାଖଲ କରିଛି। ବର୍ତ୍ତମାନ ୧୪ ବିଲିୟନ ମନି ଲଣ୍ଡରିଂ ମାମଲାରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅଙ୍କୁ ଗିରଫ କରାଯାଇପାରେ। ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ତାଙ୍କ ପୁଅ ହାମଜା ଶାହାବାଜଙ୍କୁ ଗିରଫ କରିବାକୁ FIA କୋର୍ଟକୁ ଅନୁରୋଧ କରିଛି। ତେବେ କୋର୍ଟ ତାଙ୍କ ଅଗ୍ରୀମ ଜାମିନକୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

“ଚୋର-ଚୋର”… ସାଉଦି ଆରବରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଲାଗିଲା ସ୍ଲୋଗାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତିନି ଦିନିଆ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। କିନ୍ତୁ ସେଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଦିନାର ମସଜିଦ-ଏ-ନବାବୀ ଠାରେ ସେମାନଙ୍କୁ ଚୋର ବୋଲି କହି ସ୍ଲୋଗାନ ଦିଆଯାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶହ ଶହ ଲୋକ “ଚୋର ଚୋର” ସ୍ଲୋଗାନ ଦେଉଥିବାର ଦେଖାଯାଇଛି। ଯେତେବେଳେ ସେମାନେ ମସଜିଦ-ଇ-ନବାବୀକୁ ଆସୁଥିଲେ, ସେତେବେଳେ ଏହି ସ୍ଲୋଗାନଗୁଡ଼ିକ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଏହି ଘଟଣା ପରେ ସ୍ଲୋଗାନ ଲଗାଉଥିବା ଲୋକମାନଙ୍କୁ ପୋଲିସ ଗିରଫ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କାଶ୍ମୀର ପ୍ରସଙ୍ଗ ଉଠାଇଲେ ଶାହବାଜ ସରିଫ, ଜାଣନ୍ତୁ ସେ କ’ଣ କହିଲେ

ଇସଲାମାବାଦ: ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦବୀରୁ ବହିଷ୍କାର କରାଯାଇଛି। ଇମ୍ରାନ ଖାନ ଏବେ ନିଜ ସମ୍ପର୍କୀୟଙ୍କୁ ଛାଡି ଇସଲାମାବାଦ ଚାଲିଯାଇଛନ୍ତି। ପାକିସ୍ଥାନକୁ ଏବେ ନୂତନ ପ୍ରଧାନମନ୍ତ୍ରୀ ମିଳିବ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶାହବାଜ ସରିଫ ଦାୟିତ୍ଵ ନେଇପାରନ୍ତି। କିନ୍ତୁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆମେ ଭାରତ ସହିତ ଶାନ୍ତି ଚାହୁଁଛୁ, ଯାହା କାଶ୍ମୀର ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ସମ୍ଭବ ନୁହେଁ। ସୋମବାର ଦିନ ଶାହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି।