ପାକିସ୍ତାନରେ ପୁଣି ଭାଙ୍ଗିବ କି ସରକାର? ଦାଦା ଶେହବାଜ ବିରୋଧରେ ମୋର୍ଚ୍ଚା ଖୋଲିଲେ ମରିୟମ ନୱାଜ

Published: Feb 18, 2023, 8:33 pm IST

ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସରକାର ପୁଣି ଥରେ ଭାଙ୍ଗିବାର ସମ୍ଭାବନା ରହିଛି। ସରିଫ ପରିବାରରେ ଏକ ବଡ଼ ମତଭେଦ ଥିବା ଜଣାପଡିଛି। ଶରିଫ ପରିବାରର ଶାସକ ଦଳ ପିଏମଏଲ (ଏନ) ରେ ବିଭାଜନ ପୁଣି ଥରେ ଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି କରିପାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ନିଜ ଦାଦା ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।

ବଢୁଥିବା ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ଶାହବାଜ ସରିଫଙ୍କୁ ଏବେ ତାଙ୍କ ସରକାରକୁ ବଞ୍ଚାଇବା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ବର୍ତ୍ତମାନର ସରକାରଠାରୁ ନିଜକୁ ଅଲଗା କରିବାକୁ ମରିୟମ ନୱାଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର PML (N) ର ନୁହଁନ୍ତି। ସେ କହିଛନ୍ତି ଯେ ଆମ ସରକାର ସେତେବେଳେ ଗଠନ ହେବ, ଯେତେବେଳେ ନୱାଜ ସରିଫ ପାକିସ୍ତାନରେ ରହିବେ।

ପିଏମଏଲ (ଏନ) ଭିତରେ ଚର୍ଚ୍ଚା ହେଉଛି ଯେ, ମରିୟମ ନୱାଜ ନିଜେ ଶେହବାଜ ସରିଫଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ପାକିସ୍ତାନ ଗଣମାଧ୍ୟମରେ ଏକ ବଡ଼ ଆଲୋଚନା ହେଉଛି ଯେ, ନୱାଜ ସରିଫଙ୍କ ଜ୍ବାଇଁ ଅର୍ଥାତ୍ ମରିୟମଙ୍କ ସ୍ୱାମୀ କ୍ୟାପଟେନ (ଅବସରପ୍ରାପ୍ତ) ମୋ. ସଫଦର ପାର୍ଟିରେ ମାହୋଲ ତିଆରି କରୁଛନ୍ତି। ଶାହବାଜ ସରିଫଙ୍କୁ ବଦଳାଇବା ଏବଂ ତାଙ୍କ ପତ୍ନୀ ମରିୟମଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କରିବା ପାଇଁ ସଫଦର ଏକ ଅଭିଯାନ ଚଳାଉଛନ୍ତି।

Related posts