
ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୩ରେ ଆଲଫାବେଟ୍ ଇଙ୍କ୍ ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ), ଫିନ୍ଟେକ୍, ସାଇବର ସିକ୍ୟୁରିଟି ଉତ୍ପାଦ ଏବଂ ସେବା ସମେତ ଭାରତରେ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଅଧିକ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ପିଚାଇଙ୍କୁ ଆମନ୍ତ୍ରଣ କରିଥିଲେ।
ଭାରତରେ ଅନୁସନ୍ଧାନ ଏବଂ ବିକାଶ ଓ ଦକ୍ଷତା ବିକାଶକୁ ବୃଦ୍ଧି ନିମନ୍ତେ ଗୁଗଲ ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ପିଚାଇ ଆଲୋଚନା କରିଥିଲେ।