Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଗିଲ ଏବଂ ଜୟସ୍ଵାଲଙ୍କ ଧୂଆଁଧାର ପାଳି: ସହଜରେ ଚତୁର୍ଥ ଟି -୨୦ ଜିତିଲା ଭାରତ
ଅନ୍ତରାଷ୍ଟ୍ରୀୟ

ଗିଲ ଏବଂ ଜୟସ୍ଵାଲଙ୍କ ଧୂଆଁଧାର ପାଳି: ସହଜରେ ଚତୁର୍ଥ ଟି -୨୦ ଜିତିଲା ଭାରତ

August 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଫ୍ଲୋରିଡା: ଚତୁର୍ଥ ଟି -୨୦ ମ୍ୟାଚରେ ଭାରତ ସହଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି। ଏହିପରି ୫ ମ୍ୟାଚ ବିଶିଷ୍ଟ ଟି -୨୦ ମ୍ୟାଚ୍ ର ସିରିଜ୍ ୨-୨ କୁ ଆସିଛି। ଭାରତୀୟ ଦଳକୁ ଜିତିବା ପାଇଁ ୧୭୯ ରନ୍ ଲକ୍ଷ୍ୟ ରଖିଥିଲା। ୧୭ ତମ ଓଭରରେ ୧୭୯ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଉଭୟ ଓପନର୍ ଶୁବମାନ ଗିଲ ଏବଂ ଯଶସ୍ୱୀ ଜୟସ୍ଵାଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

୪୭ ବଲରୁ ୭୭ ରନ୍ ସ୍କୋର କରିବା ପରେ ଶୁଭମାନ ଗିଲ ପାଭିଲିୟନକୁ ଫେରିଥିଲେ। ସେ ନିଜ ଇନିଂସରେ ୩ ଟି ଚୌକା ଓ ୫ ଟି ଛକା ମାରିଥିଲେ। ଯଶସ୍ଵୀ ଜୟସ୍ଵାଲ ୫୧ ବଲରେ ୮୪ ରନ୍ ସଂଗ୍ରହ କରିବା ପରେ ଅପରାଜିତ ଥିଲେ। ସେ ନିଜ ଇନିଂସରେ ୧୧ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଏହିପରି ଭାରତୀୟ ଦଳ ମ୍ୟାଚକୁ ସହଜରେ ଜିତିଥିଲା। ତେବେ ବର୍ତ୍ତମାନ ଏହି ସିରିଜ୍ ୨-୨ ରେ ସମାନ ହୋଇଛି। ଏହିପରି, ସିରିଜର ପଞ୍ଚମ ମ୍ୟାଚ୍ ଏକ ନିର୍ଣ୍ଣାୟକ ମ୍ୟାଚ୍ ହେବ। ପଞ୍ଚମ ମ୍ୟାଚ୍ ଜିତିବା ଦଳ ଏହି ସିରିଜ୍ ଜିତିବ।

ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଶିମ୍ରନ୍ ହେଟମିୟର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ୩୯ ଟି ବଲରେ ଶିମ୍ରନ୍ ହେଟମିୟର ୬୧ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୩ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଏହା ବ୍ୟତୀତ ଶାଇ ହୋପ୍ ୨୯ ବଲରେ ୪୫ ରନ୍ କରିଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂ ଭାରତ ପାଇଁ ସର୍ବାଧିକ ୩ ଟି ୱିକେଟ୍ ନେଇଥିଲେ। କୁଲଦୀପ ଯାଦବଙ୍କୁ ଦୁଇଟି ସଫଳତା ମିଳିଥିଲା। ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ ଏବଂ ମୁକେଶ କୁମାର ୧-୧ ୱିକେଟ୍ ନେଇଥିଲେ।

ଚତୁର୍ଥ ଟି-୨୦ ଧୂଆଁଧାର ପାଳି ଯଶସ୍ୱୀ ଜୟସ୍ଵାଲ ୱେଷ୍ଟଇଣ୍ଡିଜ ଶୁବମାନ ଗିଲ ହାର୍ଦ୍ଦିକ ପାଣ୍ଡ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Latest News

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.