Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଗିଲ ଏବଂ ଜୟସ୍ଵାଲଙ୍କ ଧୂଆଁଧାର ପାଳି: ସହଜରେ ଚତୁର୍ଥ ଟି -୨୦ ଜିତିଲା ଭାରତ

ଫ୍ଲୋରିଡା: ଚତୁର୍ଥ ଟି -୨୦ ମ୍ୟାଚରେ ଭାରତ ସହଜରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି। ଏହିପରି ୫ ମ୍ୟାଚ ବିଶିଷ୍ଟ ଟି -୨୦ ମ୍ୟାଚ୍ ର ସିରିଜ୍ ୨-୨ କୁ ଆସିଛି। ଭାରତୀୟ ଦଳକୁ ଜିତିବା ପାଇଁ ୧୭୯ ରନ୍ ଲକ୍ଷ୍ୟ ରଖିଥିଲା। ୧୭ ତମ ଓଭରରେ ୧୭୯ ରନ୍ ସ୍କୋର କରି ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଥିଲା। ଭାରତ ପାଇଁ ଉଭୟ ଓପନର୍ ଶୁବମାନ ଗିଲ ଏବଂ ଯଶସ୍ୱୀ ଜୟସ୍ଵାଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।

୪୭ ବଲରୁ ୭୭ ରନ୍ ସ୍କୋର କରିବା ପରେ ଶୁଭମାନ ଗିଲ ପାଭିଲିୟନକୁ ଫେରିଥିଲେ। ସେ ନିଜ ଇନିଂସରେ ୩ ଟି ଚୌକା ଓ ୫ ଟି ଛକା ମାରିଥିଲେ। ଯଶସ୍ଵୀ ଜୟସ୍ଵାଲ ୫୧ ବଲରେ ୮୪ ରନ୍ ସଂଗ୍ରହ କରିବା ପରେ ଅପରାଜିତ ଥିଲେ। ସେ ନିଜ ଇନିଂସରେ ୧୧ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଏହିପରି ଭାରତୀୟ ଦଳ ମ୍ୟାଚକୁ ସହଜରେ ଜିତିଥିଲା। ତେବେ ବର୍ତ୍ତମାନ ଏହି ସିରିଜ୍ ୨-୨ ରେ ସମାନ ହୋଇଛି। ଏହିପରି, ସିରିଜର ପଞ୍ଚମ ମ୍ୟାଚ୍ ଏକ ନିର୍ଣ୍ଣାୟକ ମ୍ୟାଚ୍ ହେବ। ପଞ୍ଚମ ମ୍ୟାଚ୍ ଜିତିବା ଦଳ ଏହି ସିରିଜ୍ ଜିତିବ।

ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ଶିମ୍ରନ୍ ହେଟମିୟର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ୩୯ ଟି ବଲରେ ଶିମ୍ରନ୍ ହେଟମିୟର ୬୧ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୩ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଏହା ବ୍ୟତୀତ ଶାଇ ହୋପ୍ ୨୯ ବଲରେ ୪୫ ରନ୍ କରିଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂ ଭାରତ ପାଇଁ ସର୍ବାଧିକ ୩ ଟି ୱିକେଟ୍ ନେଇଥିଲେ। କୁଲଦୀପ ଯାଦବଙ୍କୁ ଦୁଇଟି ସଫଳତା ମିଳିଥିଲା। ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ ଏବଂ ମୁକେଶ କୁମାର ୧-୧ ୱିକେଟ୍ ନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ: ଧୂଆଁଧାର ପାଳି ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା।

ତେବେ ସୂର୍ଯ୍ୟ କୁମାର ଯାଦବ ଚତୁର୍ଥ ଟି-୨୦ରେ ଧୂଆଁଧାର ପାଳି ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ୩୧ ଟି ବଲସାମ୍ନା କରି ୫୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାରଙ୍କ ଏହି ଧୂଆଁଧାର ପାଳି ଯୋଗୁଁ ଇଂଲଣ୍ଡ ଠାରୁ ଭାରତ  ୮ ରନରେ ବିଜୟ ଲାଭ କରି ପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଏବଂ ଦିନିକିଆ ମ୍ୟାଚରେ ସାମିଲ କରାଯାଇ ସୂର୍ଯ୍ୟ କୁମାରଙ୍କୁ ଆଉ ଏକ ପୁରସ୍କାର ମିଳିଲା।

ଦିନିକିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧବନ, ଶୁବମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ କିପର), କେଏଲ ରାହୁଲ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଳ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଶ୍ରାଦ୍ଧୁଳ ଠାକୁର।