Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ: ଧୂଆଁଧାର ପାଳି ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଲା ସୁଯୋଗ
ଆଜିର ଖବର

ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ: ଧୂଆଁଧାର ପାଳି ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଲା ସୁଯୋଗ

March 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଦିନିକିଆ ସିରିଜ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଆଜି ବିସିସିଆଇ ଟ୍ବିଟ କରି ୧୮ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି। ଚତୁର୍ଥ ଟି-୨୦ରେ ଇଂଲଣ୍ଡ ବିରୋଧରେ ଅର୍ଦ୍ଧଶତକ ପାଳି ଖେଳିଥିବା ସୂର୍ଯ୍ୟ କୁମାରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ଏହା ସହିତ ସ୍ପିନ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ମଧ୍ୟ ଦିନିକିଆ ଦଳରେ ସାମିଲ କରାଯାଇଛି। ବିଜୟ ହଜାରେ ଟ୍ରଫିରେ ୧୪ ୱିକେଟ ନେଇଥିବା କର୍ଣ୍ଣାଟକ ଦ୍ରୁତ ବୋଲର ଭାରତୀୟ ଦଳରେ ପଦାର୍ପଣ କରିପାରନ୍ତି। ସେହିପରି ବିଜୟ ହଜାରେ ଟ୍ରଫି ୨୦୨୦-୨୧ରେ ବଡୋଦ୍ରାର ଅଧିନାୟକ କୃଣାଳ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ। ସେ ୫ ଟି ମ୍ୟାଚ ଖେଳି ୧୨୯.୩୩ ରନ ରେଟ ହାରରେ ୩୮୮ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସାମିଲ ଥିଲା।

ତେବେ ସୂର୍ଯ୍ୟ କୁମାର ଯାଦବ ଚତୁର୍ଥ ଟି-୨୦ରେ ଧୂଆଁଧାର ପାଳି ଖେଳିଥିଲେ। ପଦାର୍ପଣ ମ୍ୟାଚରେ ସେ ୩୧ ଟି ବଲସାମ୍ନା କରି ୫୭ ରନ ସଂଗ୍ରହ କରିଥିଲେ। ସୂର୍ଯ୍ୟ କୁମାରଙ୍କ ଏହି ଧୂଆଁଧାର ପାଳି ଯୋଗୁଁ ଇଂଲଣ୍ଡ ଠାରୁ ଭାରତ  ୮ ରନରେ ବିଜୟ ଲାଭ କରି ପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଏବଂ ଦିନିକିଆ ମ୍ୟାଚରେ ସାମିଲ କରାଯାଇ ସୂର୍ଯ୍ୟ କୁମାରଙ୍କୁ ଆଉ ଏକ ପୁରସ୍କାର ମିଳିଲା।

ଦିନିକିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧବନ, ଶୁବମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ କିପର), କେଏଲ ରାହୁଲ (ୱିକେଟ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଳ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଏବଂ ଶ୍ରାଦ୍ଧୁଳ ଠାକୁର।

ଦିନିକିଆ ସିରିଜ ଧୂଆଁଧାର ପାଳି ଭାରତୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ରେଳ ଧାରଣାରୁ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

September 14, 2026
Latest News

କେତେ ସଫଳ ହେଲା ବ୍ରିକ୍ସ ସମ୍ମିଳନୀ?: ବ୍ୟାଖ୍ୟା କଲେ ଯଶୱନ୍ତ ସିହ୍ନା

September 14, 2026

ବଙ୍ଗଳାରେ ବନ୍ଦ ହେବ ୨୫୨ଟି ମଦ୍ରାସା: କଡ଼ା ଆପତ୍ତି ଜଣାଇଲେ ମୌଲାନା ସାଜିଦ ରଶିଦି

September 14, 2026

ଆସନ୍ତୁ ଜାଣିବା ପୂଜାବ୍ରତରେ କାହିଁକି ପିଆଜ ରସୁଣ ଖାଇବାକୁ ମନା

September 14, 2026

ପୁଣି ଷ୍ଟାଡିୟମରେ ଅପମାନିତ ହେଲେ ମୋହସିନ୍ ନକଭି: ଟ୍ରଫି ପାଇଁ ମନା କଲା ଭାରତୀୟ ଦଳ

September 14, 2026

ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.