ଏସିଆ କପ-୨୦୨୩: ଆଜିଠାରୁ ସୁପର- ୪ ପର୍ଯ୍ୟାୟ ଆରମ୍ଭ, ଏହି ଚାରୋଟି ଦଳ ମଧ୍ୟରେ ୬ ଟି ମ୍ୟାଚ୍ ଖେଳାଯିବ

Published: Sep 6, 2023, 12:51 pm IST

ନୂଆଦିଲ୍ଲୀ: ଆଜିଠାରୁ ୨୦୨୩ ଏସିଆ କପରେ ସୁପର -୪ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ ଟି ଦଳ ଅଂଶଗ୍ରହଣ କରିଥିଲେ। ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ସୁପର -୪ ର ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ।

ସୁପର-୪ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ:

ପ୍ରକାଶ ଯେ, ସୁପର-୪ ପର୍ଯ୍ୟାୟରେ ମୋଟ ୬ ଟି ମ୍ୟାଚ୍ ଖେଳାଯିବ। ଏହା ପରେ ପଏଣ୍ଟ ଟେବୁଲରେ ଟପ୍-୨ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେପ୍ଟେମ୍ବର ୧୦ ତାରିଖରେ ସୁପର -୪ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ଦଳ ମୁହାଁମୁହିଁ ହେବେ।

ଏହି ଦଳ ସୁପର-୪ ରାଉଣ୍ଡରେ ସ୍ଥାନ ପାଇଲେ:

ଗ୍ରୁପ୍-ଏରୁ ଭାରତ ଏବଂ ପାକିସ୍ତାନର ଦଳ ସୁପର-୪ ରାଉଣ୍ଡରେ ପହଞ୍ଚିଛନ୍ତି। ଭାରତ ଏବଂ ପାକିସ୍ତାନରେ ୩-୩ ପଏଣ୍ଟ ରହିଛି। ଏଥି ସହିତ ନେପାଳର ଦଳ ଏହି ଗ୍ରୁପରୁ ବିଦା ହୋଇଥିବାବେଳେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଦଳ ଗ୍ରୁପ-ବିରୁ ସୁପର-୪ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ଗ୍ରୁପରୁ ଆଫଗାନିସ୍ତାନ ସୁପର- ୪ ରାଉଣ୍ଡରେ ପହଞ୍ଚିବାରେ ବିଫଳ ହୋଇଥିଲା। ଶ୍ରୀଲଙ୍କା ଦଳ ୪ ପଏଣ୍ଟ ସହ ସୁପର-୪ ରାଉଣ୍ଡରେ ପହଞ୍ଚିଛି। ଏହି ଦଳ ବାଂଲାଦେଶ ଏବଂ ଆଫଗାନିସ୍ତାନକୁ ପରାସ୍ତ କରିଛି। ବାଂଲାଦେଶ ଦଳ ୪ ପଏଣ୍ଟ ସହ ସୁପର-୪ ରାଉଣ୍ଡରେ ପହଞ୍ଚିଛି।

ସୁପର-୪ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ସ୍ଥାନ ଜାଣନ୍ତୁ:

ସେପ୍ଟେମ୍ବର ୬ ତାରିଖ- ପାକିସ୍ତାନ ବନାମ ବାଂଲାଦେଶ- ଲାହୋର

ସେପ୍ଟେମ୍ବର ୯ ତାରିଖ- ଶ୍ରୀଲଙ୍କା ବନାମ ବାଂଲାଦେଶ- କଲମ୍ବୋ

ସେପ୍ଟେମ୍ବର ୧୦ ତାରିଖ- ପାକିସ୍ତାନ ବନାମ ଭାରତ- କଲମ୍ବୋ

ସେପ୍ଟେମ୍ବର ୧୨ ତାରିଖ- ଭାରତ ବନାମ ଶ୍ରୀଲଙ୍କା- କଲମ୍ବୋ

ସେପ୍ଟେମ୍ବର ୧୪ ତାରିଖ- ପାକିସ୍ତାନ ବନାମ ଶ୍ରୀଲଙ୍କା- କଲମ୍ବୋ

ସେପ୍ଟେମ୍ବର ୧୫ ତାରିଖ- ଭାରତ ବନାମ ବାଂଲାଦେଶ- କଲମ୍ବୋ

ସେପ୍ଟେମ୍ବର ୧୭ ତାରିଖ- ଫାଇନାଲ୍- କଲମ୍ବୋ

କଲମ୍ବୋରେ ମଧ୍ୟ ବର୍ଷା ଆଶଙ୍କା:

ଲାହୋରରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସୁପର -୪ ମ୍ୟାଚ୍ ପରେ ଏସିଆ କପ୍-୨୦୨୩ ର ଅବଶିଷ୍ଟ ସମସ୍ତ ମ୍ୟାଚ୍ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ପାଲ୍ଲେକେଲେ ପରି କଲମ୍ବୋରେ ମଧ୍ୟ ମ୍ୟାଚ ବ୍ୟାହତ ହେବାର ସମସ୍ତ ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ମ୍ୟାଚ୍ ବାତିଲ ହେବାର ଆଶଙ୍କା ରହିଛି।

Related posts