ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଖେଳାଳି ଏକାଦଶ ଘୋଷଣା କଲା ପାକିସ୍ତାନ, ଚାରି ଦ୍ରୁତ ବୋଲର ସାମିଲ

Published: Sep 9, 2023, 8:52 pm IST

ନୂଆଦିଲ୍ଲୀ: ଆସନ୍ତାକାଲି ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହେବ। ସୁପର-୪ ରାଉଣ୍ଡରେ ଉଭୟ ଦଳ ମୁକାବିଲା କରିବେ। ଏହି ମହାମୁକାବିଲା ମ୍ୟାଚ୍ ପାଇଁ ପାକିସ୍ତାନ ଖେଳାଳି ଏକାଦଶ ଘୋଷଣା କରିଛି। ଚାରିଟି ଦ୍ରୁତ ବୋଲରଙ୍କ ସହ ପାକିସ୍ତାନ ଦଳ ଭାରତ ବିପକ୍ଷରେ ପଡିଆକୁ ଓହ୍ଲାଇବ।

ନୱାଜଙ୍କ ସ୍ଥାନରେ ଫହିମ ଆଶରଫଙ୍କୁ ସୁଯୋଗ:

ବାବର ଆଜମ ଖେଳାଳି ଏକାଦଶରେ ସ୍ପିନ୍ ଅଲରାଉଣ୍ଡର ମହମ୍ମଦ ନୱାଜଙ୍କୁ ଅନ୍ତର୍ଭୁକ୍ତ କରିନାହାଁନ୍ତି। ଦ୍ରୁତ ବୋଲିଂ ଅଲରାଉଣ୍ଡର ଫହିମ ଆଶ୍ରାଫ ତାଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି।

ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ଖେଳାଳି ଏକାଦଶ: ବାବର ଆଜମ (ଅଧିନାୟକ), ଫଖର ଜମାନ, ଶାଦବ ଖାନ (ଉପ-ଅଧିନାୟକ), ଇମାମ ଉଲ ହକ, ସଲମାନ ଅଲି ଆଗା, ଇଫ୍ତିଖାର ଅହମ୍ମଦ, ମହମ୍ମଦ ରିଜୱାନ (ୱିକେଟ୍ କିପର), ଫହିମ ଆଶ୍ରାଫ, ନସିମ ଶାହା, ଶାହିନ ଶାହା ଆଫ୍ରିଦି ଏବଂ ହରିସ୍ ରଉଫ୍।

Related posts