ପାକିସ୍ତାନରେ ବଡ ବିସ୍ଫୋରଣ, ୨୦ ମୃତ, ଅନେକ ଆହତ

Published: Sep 29, 2023, 1:15 pm IST

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପୋଲିସ ଫୋର୍ସର କିଛି ଲୋକ ମଧ୍ୟ ଅଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ସୂଚନା ବିବିସି ଉର୍ଦ୍ଦୁ ଦ୍ୱାରା ଦିଆଯାଇଛି। ବିବିସି ଉର୍ଦ୍ଦୁ ପୋଲିସର ଉଦ୍ଧେଶ୍ୟରେ କହିଛି ଯେ ବଲୁଚିସ୍ତାନର ମଦିନା ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଇଦ୍ ମିଲାଦ-ଉନ୍-ନବି ଅବସରରେ ଏକ ଶୋଭାଯାତ୍ରାରେ ଭାଗ ନେବାକୁ ଲୋକମାନେ ସେଠାରେ ଏକତ୍ରିତ ହେବାବେଳେ ଏହା ଘଟିଥିଲା।

Related posts