Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନରେ ପିଓକେ ଗସ୍ତରେ ଆମେରିକାର ରାଷ୍ଟ୍ରଦୂତ: ଭାରତର ଦୃଢ ବିରୋଧ
ଅନ୍ତରାଷ୍ଟ୍ରୀୟ

ପାକିସ୍ତାନରେ ପିଓକେ ଗସ୍ତରେ ଆମେରିକାର ରାଷ୍ଟ୍ରଦୂତ: ଭାରତର ଦୃଢ ବିରୋଧ

October 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମଙ୍କ ପାକିସ୍ତାନ ଗସ୍ତକୁ ନେଇ ଭାରତ ଦୃଢ ବିରୋଧ କରିଛି। ନିକଟରେ ବ୍ଲୋମ ପାକିସ୍ତାନର ଅକ୍ତିଆର ହୋଇଥିବା କାଶ୍ମୀରର ଗିଲଗିଟ ବାଲ୍ଟିସ୍ତାନକୁ ଏକ ଗୁପ୍ତ ଗସ୍ତରେ ଯାଇ ସେଠାରେ ଥିବା ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ।

ଆମେରିକାର ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚି କହିଛନ୍ତି ଯେ, “ଜମ୍ମୁ କାଶ୍ମୀରର ସମଗ୍ର ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ଉପରେ ଆମର ଆଭିମୁଖ୍ୟ ଦୁନିଆ ଜାଣିଛି। ଆମେ ଅନ୍ତର୍ଜାତୀୟ ସମୁଦାୟକୁ ଏହାର ସାର୍ଭାଭୌମତ୍ଵ ଏବଂ ଅଖଣ୍ଡତାକୁ ସମ୍ମାନ କରିବାକୁ ଅନୁରୋଧ କରୁଛୁ।

ଭାରତରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି:

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବିବାଦ ବଢିବା ସହ ଆମେରିକାର ଭାରତରେ ଥିବା ରାଷ୍ଟ୍ରଦୂତ ଏରିକ ଗାର୍ସୋଟ୍ଟୀ କହିଛନ୍ତି ଯେ, “ପାକିସ୍ତାନରେ ଆମେରିକାର ରାଷ୍ଟ୍ରଦୂତଙ୍କ ପ୍ରତି ପ୍ରତିକ୍ରିୟା କରିବା ମୋର କାମ ନୁହେଁ। ଜି -୨୦ ବୈଠକକରେ ଆମ ପ୍ରତିନିଧୀ ଜମ୍ମୁ କାଶ୍ମୀର ଗସ୍ତ କରିଥିଲେ।”

ଆମେରିକାର ରାଷ୍ଟ୍ରଦୂତ ଗାର୍ସୋଟ୍ଟୀ ଆହୁରି କହିଛନ୍ତି ଯେ, “ଜମ୍ମୁ କାଶ୍ମୀର ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଅଛି। ଏହାକୁ ଭାରତ ଏବଂ ପାକିସ୍ତାନ ଦ୍ଵିପାକ୍ଷିକ ଭାବେ ସମାଧାନ କରିବା ଉଚିତ୍। ଏଥିପାଇଁ ଆମେରିକା କିମ୍ବା କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ କରନ୍ତି ନାହିଁ।”

ଡୋନାଲ୍ଡ ବ୍ଲୋମଙ୍କ ଯାତ୍ରା ଗୁପ୍ତ ରଖାଯାଇଥିଲା:

ପାକିସ୍ତାନରେ ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମ PoK ରେ ଗିଲଗିଟ ବାଲ୍ଟିସ୍ତାନ ଗସ୍ତରେ ଯାଇଥିଲେ। ତାଙ୍କର ଏହି ଗସ୍ତକୁ ଦୂତାବାସ ଏବଂ ପାକିସ୍ତାନୀ ସରକାରୀ ଅଧିକାରୀମାନେ ଗୁପ୍ତ ରଖିଥିଲେ। ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ, ବ୍ଲୋମ୍ PoK ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଗିଲ୍ଗିଟରେ ସ୍ଥାନୀୟ ତଥା ସରକାରୀ କର୍ମଚାରୀଙ୍କୁ ଭେଟିଥିଲେ।

ଗତ ବର୍ଷ ପାକିସ୍ତାନରେ ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମ ମୁଜାଫରବାଦ ପରିଦର୍ଶନ କରିଥିଲେ। ସେଠାରେ ସେ କାୟଦ-ଏ-ଆଜମ ମେମୋରିଆଲ ଡାକ କାର୍ଯ୍ୟାଳୟ ନିର୍ମାଣ କରିଥିଲେ। ଭାରତ ଆମେରିକା ସହିତ ଏହି ପ୍ରସଙ୍ଗ ଉଠାଇଥିଲା କାରଣ ସେହି ସମୟରେ ରାଷ୍ଟ୍ରଦୂତଙ୍କ ବିବୃତ୍ତିରେ PoK କୁ AJK ଭାବରେ ଉଲ୍ଲେଖ କରାଯାଇଥିଲା।

ପାକିସ୍ତାନ ପିଓକେ ବୈଦେଶିକ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Latest News

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026

ଖୁବଶୀଘ୍ର ଚାଲିବ ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍‌ ଟ୍ରେନ୍

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.