Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସାଉଦି ଆରବରେ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ର ୧୫ତମ ବାର୍ଷିକଉତ୍ସବ
ଅନ୍ତରାଷ୍ଟ୍ରୀୟ

ସାଉଦି ଆରବରେ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ର ୧୫ତମ ବାର୍ଷିକଉତ୍ସବ

November 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସାଉଦି ଆରବର ରିୟାଦରେ ରହୁଥିବା ଓଡ଼ିଆ ମାନଙ୍କୁ ନେଇ ଗଢ଼ିଉଠିଥିବା ସଂଘ ରିୟାଦ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ସଂଗଠନ (ରୋଜା)ତାର ୧୫ତମ ବାର୍ଷିକଉତ୍ସବ ୧୭ ନଭେମ୍ବର ୨୦୨୩ରେ ପାଳିତ ହୋଇଯାଇଛି। ଉତ୍ସବ ମୁଖର ପରିବେଶ ମଧ୍ୟରେ ଓଡ଼ିଶା ବାହାରେ ଏକ କ୍ଷୁଦ୍ର ଓଡ଼ିଶାର ଭ୍ରମ ସୃଷ୍ଟି ହୋଇଥିଲା। ଦୀର୍ଘ ୧୫ ବର୍ଷ ଧରି ରୋଜା, ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଦାୟିତ୍ଵ ନିରନ୍ତର ଭାବେ ପାଳନ କରିଆସିଛି।

ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତୀୟ ଦୂତାବାସର ମିସନ୍ ଉପମୁଖ୍ୟ ଆବୁ ମାଥେନ
ଜର୍ଜ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଥମ ସଚିବ ଶ୍ରୀମତୀ ମନୁସ୍ମୃତି, ଦ୍ଵିତୀୟ ସଚିବ ମୋଇନ ଅଖତର ଓ ଶରତ କୁମାର ନାୟକ ତଥା ଆସମାକ୍ ଗୃପର ଚେୟାରମ୍ୟାନ ଡଃ ଦେବ ମହାନ୍ତି, ସିକ୍ୟୁଅରଆଇଜ ଗୃପର ପ୍ରତିଷ୍ଠାତା ସୀମନ୍ତ ପଟ୍ଟନାୟକ ଏବଂ ସୁନାମଧନ୍ୟ ଗାୟିକା କଣ୍ଠଶିଳ୍ପୀ ଅନିନ୍ଦିତା ଦାସ।

ରୋଜାର ସଭାପତି, ସରୋଜ କୁମାର ପାଣିଗ୍ରାହୀ ଓ ପରାମର୍ଶଦାତା ଦେବାଶିଷ ରାଉତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସଙ୍ଗଠନର ମାର୍ଗଦର୍ଶକ ଡଃ ଦେବ ମହାନ୍ତି ଓଡ଼ିଆ ଅସ୍ମିତା ଓ ଗୌରବ ଗାଥାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଫଜଲ୍ ହକ୍ ରୋଜାର ୧୫ ବର୍ଷର ନିରନ୍ତନ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିଙ୍କ ହସ୍ତରେ ସ୍ମରଣିକା ଉନ୍ମୋଚନ ମଧ୍ୟ ହୋଇଥିଲା।

ଉତ୍ସବରେ ପ୍ରଦର୍ଶିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ମନ ମୁଗ୍ଧକର ଥିଲା। ଓଡ଼ିଶୀ, ସମ୍ବଲପୁରୀ, ଆଧୁନିକନୃତ୍ୟ ଓ ଅନ୍ୟାନ୍ୟ ପ୍ରଦର୍ଶନରେ ଶିଶୁ, ଯୁବା, ପ୍ରୌଢ଼ ସଭିଏଁ ଭାଗ ନେଇଥିଲେ, ଯାହାକୁ ଉପସ୍ଥିତ ପ୍ରାୟ ୫୦୦ରୁ ଉର୍ଦ୍ଧ ଦର୍ଶକ ମନ ଭରି ଉପଭୋଗ କରିଥିଲେ। ନୃତ୍ୟ ନିର୍ଦ୍ଦେଶନାର ଭାର ସୁଚାରୁ ରୂପେ ତୁଲାଇଥିଲେ ଡଃ ଚନ୍ଦନା ପଟ୍ଟନାୟକ, ଦୀପିକା ପାଣିଗ୍ରାହୀ, ଦୀପିକା ପାତ୍ର ଓ ମେହେବିସ ଗିଲାନି। ନିମନ୍ତ୍ରିତଥିବା ସାଉଦି ଆରବର ଅନ୍ୟ ଦୁଇ ପ୍ରମୁଖ ସହର ଜୁବେଲ ଓଡ଼ିଆ ସଂଗଠନ ଉତ୍କଳିକା ଓ ଦମାମର ଓଡ଼ିଆ ସଂଗଠନ କଲିଙ୍ଗନ୍ ମଧ୍ୟ ବନ୍ଧୁତ୍ୱ ସ୍ୱରୂପ ମନ ମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ। ଅତିଥି ଗାୟିକା ସୁନାମଧନ୍ୟ ଅନିନ୍ଦିତା ଦାସଙ୍କ ସୁଲଳିତ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ଅଭିଭୂତ କରିଥିଲା।

ମୁଖ୍ୟ ଅତିଥି ଶ୍ରୀ ଜର୍ଜ ଉତ୍କଳୀୟ ପରମ୍ପରାକୁ ନେଇ ରୋଜାର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟିକୁ ସଫଳ ପାଇଁ “ରୋଜା”ର ସମସ୍ତ କର୍ମକର୍ତ୍ତାମାନେ ଉଦ୍ୟମ କରିଥିଲେ।

ରୋଜା ସାଉଦି ଆରବ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026
Latest News

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.