
ନୂଆଦିଲ୍ଲୀ: ଆମେରିକାରେ ନିକଟରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କହିଛନ୍ତି ଯେ, ‘ଆମେରିକାରେ ଅନୁଷ୍ଠିତ ୧୬ତମ ବିଶ୍ୱ ୱୁସୁ ଚାମ୍ପିୟନଶିପରେ ପଦକ ଜିତିଥିବା ଆମ ୱୁସୁ ଚାମ୍ପିୟନ ରୋଶିବିନା ଦେବୀ, କୁଶଲ କୁମାର ଏବଂ ଚାଭିଙ୍କୁ ଅଭିନନ୍ଦନ। ସେମାନଙ୍କ ନିଷ୍ଠା, ଦକ୍ଷତା ବାସ୍ତବରେ ଦେଶକୁ ଗର୍ବିତ କରିଛି। ସେମାନଙ୍କ ସଫଳତା ଭାରତରେ ୱୁସୁକୁ ଆହୁରି ଲୋକପ୍ରିୟ କରିବ। ସେମାନଙ୍କ ଭବିଷ୍ୟତର ଉଦ୍ୟମ ପାଇଁ ଶୁଭକାମନା।’