Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ୱର ୪୦ଟି ଦେଶରେ ବ୍ୟାପିଲା କରୋନାର ଜେଏନ୍-୧ ଭାରିଆଣ୍ଟ, ଭାରତରେ ୨୧ ମାମଲା
ଅନ୍ତରାଷ୍ଟ୍ରୀୟ

ବିଶ୍ୱର ୪୦ଟି ଦେଶରେ ବ୍ୟାପିଲା କରୋନାର ଜେଏନ୍-୧ ଭାରିଆଣ୍ଟ, ଭାରତରେ ୨୧ ମାମଲା

December 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Corona

ନୂଆଦିଲ୍ଲୀ: କରୋନାର ନୂଆ ସବ୍ ଭାରିଆଣ୍ଟ ଜେଏନ-୧ ବିଶ୍ୱର ୪୦ଟି ଦେଶକୁ ବ୍ୟାପିଛି। ଭାରତରେ ଏପର୍ଯ୍ୟନ୍ତ ୨୧ଟି ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ଗୋଆରେ ୧୯ ଜଣ ଏବଂ କେରଳ-ମହାରାଷ୍ଟ୍ରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ବୁଧବାର କହିଛନ୍ତି ଯେ ଗତ ଦୁଇସପ୍ତାହ ମଧ୍ୟରେ ଭାରତରେ କରୋନାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ଓ ହୃଦରୋଗ ଭଳି ରୋଗରେ ମଧ୍ୟ ପୀଡ଼ିତ ଥିଲେ।

କେନ୍ଦ୍ରର ସୂଚନା ଅନୁଯାୟୀ, ସମଗ୍ର ଦେଶରେ କରୋନାର ସକ୍ରିୟ ମାମଲା ପ୍ରାୟ ୨୬୬୯ ରହିଛି। ସେଥିମଧ୍ୟରୁ ୯୧ରୁ ୯୨ ପ୍ରତିଶତ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ନୂଆ ଭାରିଏଣ୍ଟଥିବା ରୋଗୀଙ୍କଠାରେ ଭୂତାଣୁର ଲକ୍ଷଣ ବହୁତ ସାମାନ୍ୟ। ତେବେ ଏଥିରେ ଆତଙ୍କିତ ହେବାର କିଛି ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ-୧କୁ ‘ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ’ରେ ସାମିଲ କରିଛି। ଡବ୍ଲୁଏଚଓ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଳେଷଣରେ କୁହାଯାଇଛି ଯେ ବର୍ତ୍ତମାନର ଟିକା ଜେଏନ-୧ ଭାରିଆଣ୍ଟ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ। ଏହା ଲୋକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି କରେ ନାହିଁ।

ତେବେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ଡବ୍ଲୁଏଚ୍ଓ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ, ବନ୍ଦ କିମ୍ବା ପ୍ରଦୂଷିତ ବାୟୁ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶ- ସବୁ ଜିଲ୍ଲାରେ ପରୀକ୍ଷା ହେବ

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦିଆଯାଇଥିବା ଆଡଭାଇଜରୀରେ କହିଛନ୍ତି ଯେ ସମସ୍ତ ଜିଲ୍ଲାରେ କୋଭିଡ ପରୀକ୍ଷା କରାଯିବା ଉଚିତ। ଜିନୋମ ସିକ୍ୱେନ୍ସିଂ ପାଇଁ ପଜିଟିଭ ନମୁନା ପରୀକ୍ଷାଗାରକୁ ପଠାନ୍ତୁ। ମକ୍ ଡ୍ରିଲ୍ କରି ସମୟ ସମୟରେ ପ୍ରସ୍ତୁତିର ସମୀକ୍ଷା କରନ୍ତୁ।

କର୍ଣ୍ଣାଟକର ପଡ଼ୋଶୀ ରାଜ୍ୟ କେରଳ ଏବଂ ତାମିଲନାଡୁରେ ମଧ୍ୟ କୋଭିଡ-୧୯ର ନୂଆ ଭାରିଆଣ୍ଟ ଜେଏନ୍.୧ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଆଡଭାଇଜରି ଜାରି କରାଯାଇଛି।
୬୦ ବର୍ଷରୁ ଅଧିକ ବୟସର ସମସ୍ତ ବୃଦ୍ଧ, କିଡନୀ, ହୃଦୟ, ଯକୃତ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଭଳି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାହାରକୁ ଯିବା ସମୟରେ ବାଧ୍ୟତାମୂଳକଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ତୁରନ୍ତ କଟକଣା ଲାଗୁ କରି ସୀମାରେ (କେରଳ, ତାମିଲନାଡୁ ରାଜ୍ୟ) ଆତଙ୍କିତ ହେବା କିମ୍ବା ତଦାରଖ ବଢ଼ାଇବାର ଆବଶ୍ୟକତା ନାହିଁ। ତେବେ କେରଳ ଓ ତାମିଲନାଡୁ ସୀମାରେ ଥିବା ସମସ୍ତ ସୀମାନ୍ତ ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସମୟରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତରେ ଜେଏନ୍-୧ ଭାରିଏଣ୍ଟ କେଉଁଠୁ ଆସିଲା ?

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲଙ୍କ କହିବାନୁଯାୟୀ, ଡିସେମ୍ବର ୮ ତାରିଖରେ କେରଳର ତିରୁବନନ୍ତପୁରମରେ ପ୍ରଥମ ଜେଏନ୍-୧ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଜଣେ ୭୯ ବର୍ଷୀୟା ମହିଳାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ପରେ ସେ ସୁସ୍ଥ ହୋଇଯାଇଥିଲେ।

ୟୁରୋପୀୟ ଦେଶ ଲକ୍ସେମବର୍ଗରେ ପ୍ରଥମେ କୋଭିଡ୍ ସବ୍ ଭାରିଆଣ୍ଟ ଜେଏନ୍-୧ ଚିହ୍ନଟ ହୋଇଥିଲା। ଏଠାରୁ ଏହା ସବୁ ଦେଶରେ ବ୍ୟାପିବାକୁ ଲାଗିଲା। ଏହି ସବ୍ ଭାରିଆଣ୍ଟ ପିରୋଲୋ ଭାରିଆଣ୍ଟ (ବିଏ.୨.୮୬) ସହ ଜଡ଼ିତ। ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ବିପଜ୍ଜନକ ବୋଲି କୁହାଯାଉଛି। ଏହି କାରଣରୁ ନୂଆ ସବ୍ ଭାରିଆଣ୍ଟକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଡିସେମ୍ବର ୮ରେ ଆମେରିକାରେ ପ୍ରଥମ ଜେଏନ୍‍-୧ ରୋଗୀ ଚିହ୍ନଟ ହୋଇଥିଲେ
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଡିସେମ୍ବର ୮ ସୁଦ୍ଧା ଆମେରିକାରେ ଆନୁମାନିକ ୧୫% ରୁ ୨୯% କୋଭିଡ୍ ମାମଲାରେ ସବଭାରିଏଣ୍ଟ ଜେଏନ୍-୧ ରହିଛି। ସେପ୍ଟେମ୍ବରମାସରେ ପ୍ରଥମ ଜେଏନ୍-୧ ରୋଗୀ ଆସିଥିଲେ।

ଗତ କିଛିମାସ ହେବ ଚୀନରେ କୋଭିଡର ନୂଆ ଭାରିଆଣ୍ଟ ଜେଏନ୍‍-୧ ବ୍ୟାପିବାର ଖବର ଆସୁଥିଲା। କିନ୍ତୁ ଭାରତରେ ମଧ୍ୟ ଜେଏନ୍-୧ ସବ୍ ଭାରିଆଣ୍ଟ ପ୍ରଭାବିତ ହୋଇଛି। ବର୍ତ୍ତମାନ ଭାରତର ସମସ୍ତ ରାଜ୍ୟରେ ଏହାଦ୍ୱାରା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ସଦ୍ୟତମ ରିପୋର୍ଟ ଅନୁଯାୟୀ, କେରଳରେ କୋଭିଡ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଯାହା କି ପୁଣି ଥରେ ଦେଶରେ କରୋନା ଭାଇରସର ଭୟକୁ ବିସ୍ତାର କରିଛି। ସାରା ରାଜ୍ୟରେ ଏହି ଭାଇରସକୁ ନେଇ ସତର୍କ ସୂଚନା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

ଖାଲି ସେତିକି ନୁହେଁ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକ ଓ ତାମିଲନାଡୁରେ ମଧ୍ୟ ନୂଆ ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ପରେ ହସ୍ପିଟାଲଗୁଡ଼ିକୁ ଆଲର୍ଟ ମୋଡ଼ରେ ରଖାଯାଇଛି।

corona JN.1 କରୋନା କୋଭିଡ ଜେଏନ-୧
Share. Facebook Twitter LinkedIn Email WhatsApp Copy Link

Related Posts

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025
Latest News

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.