କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ଧୁଳି ଚଟାଇଲା ଭାରତ: ସିରିଜ ବରାବର କଲା ଟିମ ଇଣ୍ଡିଆ

Published: Jan 4, 2024, 5:19 pm IST

ନୂଆଦିଲ୍ଲୀ: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୭ ୱିକେଟ୍ ରେ ଜିତିଛି। ଭାରତର ଏହି ବିଜୟରେ ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍ରାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ପ୍ରଥମ ଇନିଂସରେ ସିରାଜ ୬ ଟି ୱିକେଟ୍ ନେଇଥିବାବେଳେ ବୁମରା ଦ୍ୱିତୀୟ ଇନିଂସରେ ୬ ଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ ଶିକାର କରିଥିଲେ। ପ୍ରଥମ ଇନିଂସରେ ୯୮ ରନ୍ ପଛରେ ପଡ଼ିଯିବା ପରେ ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୧୭୬ ରନ୍ ସ୍କୋର କରିପାରିଥିଲା।

ଏହି ପରିପ୍ରେକ୍ଷୀରେ, ଭାରତକୁ ଜିତିବା ପାଇଁ ୭୯ ରନ୍ ର ଲକ୍ଷ୍ୟ ଥିଲା, ଯାହା ଟିମ୍ ଇଣ୍ଡିଆ ସହଜରେ ତିନିଟି ୱିକେଟ୍ ହରାଇ ହାସଲ କରିଥିଲା। ଏହା ସହିତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ରେ ଡ୍ର ରହିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୫୫ ରନ୍ ସ୍କୋର କରିପାରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୧୫୩ ରନ୍ ସଂଗ୍ରହ କରି ୯୮ ରନ୍ ର ଉଲ୍ଲେଖନୀୟ ଅଗ୍ରଣୀ ହାସଲ କରିଥିଲା। ଏହା ପରେ, ଦ୍ୱିତୀୟ ଇନିଂସରେ ଆୟୋଜକ ଦଳ ଆଡାମ ମାର୍କ୍ରାମଙ୍କ ଶତକ ଯୋଗୁଁ ୧୭୬ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଟିମ୍ ଇଣ୍ଡିଆ ତିନି ୱିକେଟ୍ ହରାଇ ଦ୍ୱିତୀୟ ଟେଷ୍ଟ ଜିତିଥିଲା।

Related posts