ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଗୁଜବ ମଧ୍ୟରେ ଶୋଏବ ମଲିକ କଲେ ବିବାହ, ସେୟାର କଲେ ଫଟୋ

Published: Jan 20, 2024, 8:42 pm IST

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଗୁଜବ ମଧ୍ୟରେ ଶୋଏବ ମଲିକ ପାକିସ୍ତାନୀ ଲୋକପ୍ରିୟ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ। ଶୋଏବ ମଲିକ ଆଜି ସୋସିଆଲ ମିଡିଆରେ ତାଙ୍କ ନିକାହ ଫଟୋ ସେୟାର କରିଛନ୍ତି। ଶୋଏବଙ୍କ ଏହି ଫଟୋ ଉପରେ ପ୍ରଶଂସକଙ୍କ ଠାରୁ ବହୁତ ପ୍ରତିକ୍ରିୟା ଆସିଛି। ପ୍ରକାଶ ଯେ ସାନିଆ ଏବଂ ଶୋଏବ ଦୀର୍ଘ ଦିନ ଧରି ପରସ୍ପରଠାରୁ ଅଲଗା ରହୁଥିଲେ। ବାସ୍ତବରେ, ଦୁହେଁ ଛାଡପତ୍ର ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ଶୋଏବ ବିବାହ କରି ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ ସାନିଆଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଛନ୍ତି।

ଶୋଏବଙ୍କ ସହ ଦ୍ୱିତୀୟ ଥର ବିବାହ କରିଥିବା ସନା ମଧ୍ୟ ଛାଡପତ୍ର ଦେଇଛନ୍ତି। ସନା ଜାଭେଦ୍ ପାକିସ୍ତାନର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ୨୮ ବର୍ଷ ବୟସ୍କା ସାନା ପାକିସ୍ତାନର ଅନେକ ପ୍ରସିଦ୍ଧ ଟିଭି ଶୋ’ରେ ଅଭିନୟ କରିଛନ୍ତି।

ଅନ୍ୟପକ୍ଷରେ, ସାନିଆ ଏବଂ ଶୋଏବଙ୍କ ବିବାହ ୨୦୧୦ ମସିହାରେ ହୋଇଥିଲା। ଶୋଏବ ଏବଂ ସାନିଆଙ୍କର ମଧ୍ୟ ଏକ ପୁଅ ଅଛି ଯାହାର ନାମ ଇଜହାନ୍। ଇଜହାନ ୨୦୧୮ ରେ ଜନ୍ମଗ୍ରହଣ କରିଥିଲେ। ଶୋଏବଙ୍କଠାରୁ ଅଲଗା ହେବା ସମୟରେ ସାନିଆ ସୋସିଆଲ ମିଡିଆରେ ଏଭଳି ଅନେକ ଚିତ୍ର ସେୟାର କରିଥିଲେ, ଯାହା ସ୍ପଷ୍ଟ କରିଦେଇଥିଲା ଯେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଆଉ ପୂର୍ବ ଭଳି ନାହିଁ।

Related posts