Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭୁବନେଶ୍ୱରରେ ଖୋଲିଲା ବିଶ୍ବର ବୃହତ ଆଇଟି କଂପାନୀ କଗ୍ନିଜେଣ୍ଟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
ଅନ୍ତରାଷ୍ଟ୍ରୀୟ

ଭୁବନେଶ୍ୱରରେ ଖୋଲିଲା ବିଶ୍ବର ବୃହତ ଆଇଟି କଂପାନୀ କଗ୍ନିଜେଣ୍ଟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

February 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
cognizant
ଭୁବନେଶ୍ୱରରେ ଖୋଲିଲା ବିଶ୍ବର ବୃହତ ଆଇଟି କଂପାନୀ କଗ୍ନିଜେଣ୍ଟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର: ବିଶ୍ଵର ଅନ୍ୟତମଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀର ଭୁବନେଶ୍ଵର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‍ଘାଟନ କରିଛନ୍ତି ।

ଉଦ୍‍ଘାଟନୀ ସମାରୋହରେ କଗ୍ନିଜେଣ୍ଟର ସିଇଓ ଶ୍ରୀ ରବି କୁମାର, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ, ଆଇଟି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡାଙ୍କ ସମେତ କମ୍ପାନୀର ବରିଷ୍ଠ ନେତୃତ୍ୱ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଓଡ଼ିଶାର ପ୍ରଗତି ଯାତ୍ରାର ଏହା ଆଉ ଏକ ସଫଳ କାହାଣୀ”, ଖୁସିର ବିଷୟ ଯେ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟର ଅଧିକାରୀକଗ୍ନିଜେଣ୍ଟ ଏବେ ରାଜ୍ୟର କ୍ରମବର୍ଦ୍ଧମାନ ଅର୍ଥନୀତି ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ଭୁବନେଶ୍ୱରକୁ ଦେଶର ଅନ୍ୟତମ ସହର ଭାବରେ ଯୋଡ଼ିଛି। ରାଜ୍ୟ ଦୃଢ଼ ଆତ୍ମ ବିଶ୍ୱାସର ସହ ଆଗେଇ ଚାଲିଛି।

ମୋର ବିଶ୍ଵାସ ନୂତନ ଉଦ୍ୟୋଗ, ବୈଷୟିକ ଉଦ୍ଭାବନ ଏବଂ ନୂତନ ଯୁଗର ଚିନ୍ତାଧାରାକୁ ପ୍ରୋତ୍ସାହିତ କରି ଏକ ସୁଦୃଢ଼ ଇକୋସିଷ୍ଟମ ଦ୍ୱାରା ଓଡ଼ିଶା ବିକାଶର ପଥକୁ ଅଧିକ ସଂପ୍ରସାରିତ କରିପାରିବ। କଗ୍ନିଜେଣ୍ଟର ଉପସ୍ଥିତି ଓଡ଼ିଶାର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ। କମ୍ପାନୀର ସଂପ୍ରସାରଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ।

କଗ୍ନିଜେଣ୍ଟର ସିଇଓ ରବି କୁମାର ଏସ୍ କହିଛନ୍ତି ଯେ ଭୁବନେଶ୍ୱରର ଏହି ନୂଆ ବୈଷୟିକ କେନ୍ଦ୍ରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆମେ ଉତ୍ସାହିତ ଅଛୁ। ଭୁବନେଶ୍ଵରରେ ଏକ ନୂତନ କେନ୍ଦ୍ର ଖୋଲିବା ସହିତ ଟାୟାର-୨ ସହରରେ ଆମର ସମ୍ପ୍ରସାରଣ କରିଥିବାରୁ ଆମେ ଉତ୍ସାହିତ। ରାଜ୍ୟର ସୁବ୍ୟବସ୍ଥିତ ପ୍ରଯୁକ୍ତିବିଦ୍ୟା ନୀତି, ବୈଷୟିକ ଶିକ୍ଷାନୁଷ୍ଠାନ, ସୁଦୃଢ଼ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ସହଯୋଗୀ ମନୋଭାବ ଆମକୁ ଆକର୍ଷିତ କରିଛି।

ଆମ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ। ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ରାଜ୍ୟର ଯୁବକ ଯୁବତୀମାନଙ୍କପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଓଡିଶାରେ କଗ୍ନିଜେଣ୍ଟର ଉପସ୍ଥିତି ରାଜ୍ୟର ସୂଚନା ପ୍ରଯୁକ୍ତି ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବ ବୋଲି ମୋର ସଂପୂର୍ଣ୍ଣ ବିଶ୍ଵାସ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ,  ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଯୁକ୍ତିବିଦ୍ୟା ନିବେଶ ତଥା ସଂପ୍ରସାରଣ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିଛି। ଏହି ସେଣ୍ଟର ପ୍ରତିଷ୍ଠାଦ୍ୱାରା ରାଜ୍ୟର ବୈଷୟିକ ଅଭିବୃଦ୍ଧି ହୋଇପାରିବ। ଅଧିକନ୍ତୁ,ରାଜ୍ୟର ଯୁବବର୍ଗଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହୋଇପାରିବ।

ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର କହିଥିଲେ ଯେ, ଓଡ଼ିଶାକୁ ଆଇଟି କମ୍ପାନୀମାନଙ୍କ ପ୍ରଥମ ପସନ୍ଦ କରିବାରେ ଆମେ ସମସ୍ତ ପ୍ରଚେଷ୍ଟା ଜାରି ରଖିଛୁ। ଯାହାଦ୍ୱାରା ଆଜି ଓଡ଼ିଶା ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହୋଇପାରିଛି। ଭୁବନେଶ୍ୱରରେ କଗ୍ନିଜେଣ୍ଟ ପ୍ରୟୋଗ କେନ୍ଦ୍ର ରାଜ୍ୟର ଆଇ.ଟି. ଇକୋସିଷ୍ଟମ୍‍କୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶାର ଯୁବକ-ଯୁବତୀମାନଙ୍କ ପାଇଁ ଅନେକ ସୁଯୋଗ ଆଣିଦେବ ବୋଲି ଆମର ଦୃଢ ବିଶ୍ଵାସ।

ସୂଚନା ଯୋଗ୍ୟ ଯେ,ଭୁବନେଶ୍ଵର ସ୍ଥିତ କଗ୍ନିଜେଣ୍ଟର ଏହି ନୂତନ କେନ୍ଦ୍ରରେ ଅତ୍ୟାଧୁନିକ ବୈଷୟିକ ଦକ୍ଷତା ସମ୍ପନ୍ନ ୮୦୦ରୁ ଊର୍ଦ୍ଧ୍ଵ କର୍ମଚାରୀଙ୍କ କାର୍ଯ୍ୟ କରିବା ପାଇଁ ଯୋଜନା କରାଯାଇଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026
Latest News

ରାମ ନବମୀରେ ପ୍ରଭୃ ଶ୍ରୀରାମଙ୍କୁ ଅର୍ପଣ କରନ୍ତୁ ଏହି ପାରଂପାରିକ ଭୋଗ

March 26, 2026

ଆସନ୍ତାକାଲି ରାମ ନବମୀ: ମୋବାଇଲେ ମାଧ୍ୟମରେ ବନ୍ଧୁଙ୍କ ନିକଟକୁ ପଠାନ୍ତୁ ଏହି ଓଡିଆ ବାର୍ତ୍ତା

March 26, 2026

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.