ଡ୍ରାଗନ୍ ସହିତ ଚୁକ୍ତି ପରେ ମୁଇଜ୍ଜୁଙ୍କ ଘୋଷଣା: ମାଲଦ୍ୱୀପରେ ରହିବେ ନାହିଁ କୌଣସି ଭାରତୀୟ ସୈନିକ

Published: Mar 5, 2024, 4:20 pm IST

ନୂଆଦିଲ୍ଲୀ: ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ, ଆସନ୍ତା ୧୦ ତାରିଖ ପରେ ଦେଶରେ କୌଣସି ଭାରତୀୟ ସାମରିକ କର୍ମଚାରୀ ଉପସ୍ଥିତ ରହିବେ ନାହିଁ, ଏପରିକି ସାଧା ପୋଷାକରେ ମଧ୍ୟ। ଆଜି ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ମୁଇଜ୍ଜୁଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତର ବୈଷୟିକ ଦଳ ପ୍ରାୟ ଏକ ସପ୍ତାହ ପୂର୍ବରୁ ମାଲଦ୍ୱୀପରେ ପହଞ୍ଚିଥିଲେ। ଏହି ଟିମ୍ ହେଲିକପ୍ଟର ଚଳାଉଥିବା ସୈନିକଙ୍କ ସ୍ଥାନରେ କାର୍ଯ୍ୟ କରିବା ପାଇଁ ପହଞ୍ଚିଥିଲା। ମାଲଦ୍ୱୀପରୁ ଭାରତୀୟ ସାମରିକ କର୍ମଚାରୀଙ୍କ ପ୍ରଥମ ଗୋଷ୍ଠୀ ଫେରିବା ପାଇଁ ମୁଇଜ୍ଜୁ ମାର୍ଚ୍ଚ ୧୦ ତାରିଖ ଧାର୍ଯ୍ୟ କରିଛନ୍ତି।

Related posts