Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଇପିଏଲ୍ ୨୦୨୪: ଏହି ଖେଳାଳିଙ୍କ ୨୫ ବଲରେ ଶତକ, ରୋହିତ ଶର୍ମାଙ୍କ ଭାଙ୍ଗିଲେ ଛକା ରେକର୍ଡ
ଅନ୍ତରାଷ୍ଟ୍ରୀୟ

ଆଇପିଏଲ୍ ୨୦୨୪: ଏହି ଖେଳାଳିଙ୍କ ୨୫ ବଲରେ ଶତକ, ରୋହିତ ଶର୍ମାଙ୍କ ଭାଙ୍ଗିଲେ ଛକା ରେକର୍ଡ

May 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୱିଲ ଜ୍ୟାକ୍ସ, ଏକ ନାମ ଯିଏକି ୨୦୨୪ ମସିହାରେ RCB ପାଇଁ ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ସିଜନରେ ସେ ଆକ୍ରମଣାତ୍ମକ ବ୍ୟାଟିଂ ହେତୁ ଅନେକ ହେଡଲାଇନ ସୃଷ୍ଟି କରିଛନ୍ତି। ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ୪୧ ଟି ବଲରେ ୱିଲ ଜ୍ୟାକ୍ସ ଶତକ ହାସଲ କରିଥିଲେ। ଏହା ସହିତ ଜ୍ୟାକ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଶତକ ସ୍କୋର କରିବାରେ ପଞ୍ଚମ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଜ୍ୟାକ୍ସ ଇଂଲଣ୍ଡର ଜଣେ ଅଲରାଉଣ୍ଡର ଖେଳାଳି, ଯିଏକି ୨୦୨୨ ରେ ତାଙ୍କ ଜାତୀୟ ଦଳ ପାଇଁ ମନୋନୀତ ହୋଇଥିଲେ। ଜ୍ୟାକ୍ସଙ୍କୁ ଆଇପିଏଲରେ ଛକା ବୃଷ୍ଟି କରୁଥିବାର ଦେଖାଯାଇଥିଲା, କିନ୍ତୁ ସେ ସ୍କୁଲ ଦିନରୁ ଅନେକ ରେକର୍ଡ ସୃଷ୍ଟି କରିଆସୁଛନ୍ତି।

ଆଇପିଏଲ୍ ଇତିହାସରେ ପଞ୍ଚମ ଦ୍ରୁତତମ ଶତକ:

ୱିଲ୍ ଜ୍ୟାକ୍ସ ଆଇପିଏଲ୍ ୨୦୨୪ ର ଲିଗ୍ ପର୍ଯ୍ୟାୟରେ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଏକ ମ୍ୟାଚ୍ ଖେଳୁଥିଲେ। ସେହି ମ୍ୟାଚରେ ଗୁଜୁରାଟ ପ୍ରଥମେ ଖେଳି ୨୦୦ ରନ୍ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି ଆରସିବି ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ୱିଲ ଜ୍ୟାକ୍ସ ୧୬୬ ରନର ଅପରାଜିତ ଭାଗିଦାରୀ କରିଥିଲେ। ଏକ ସମୟରେ ୨୯ ବଲରେ ୪୪ ରନ ସ୍କୋର କରି ୱିଲ ଜ୍ୟାକ୍ସ ଖେଳୁଥିଲେ। ଏଠାରୁ ସେ ଚୌକା ଓ ଛକା ମାରିବାର ପାଗଳାମି ଏତେ ମାତ୍ରାରେ ବଢିଥିଲା ଯେ, ପରବର୍ତ୍ତୀ ୧୨ ବଲରେ ସେ ୫୬ ରନ୍ ସଂଗ୍ରହ କରିଥିଲେ ଏବଂ ମାତ୍ର ୪୧ ବଲରେ ଶତକ ପୂରଣ କରିଥିଲେ। ଆଇପିଏଲ୍ ଇତିହାସରେ ଏହା ହେଉଛି ୫ ତମ ଦ୍ରୁତତମ ଶତକ।

୨୫ ବଲରେ ଶତକ ହାସଲ କରିଛନ୍ତି:

୨୦୧୯ ମସିହାରେ ପ୍ରି-ସିଜନ୍ ଟି-୧୦ ମ୍ୟାଚ୍ ରେ ୨୫ ଟି ବଲରେ ଜ୍ୟାକ୍ସ ଶତକ ହାସଲ କରିଥିଲେ। ଦୁବାଇର ଲଙ୍କାଶାୟର୍ ବିପକ୍ଷ ମ୍ୟାଚରେ ସେ ସରେ ପାଇଁ ୩୦ ଟି ବଲରେ ୧୦୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ତାଙ୍କ ଶତକ ମାତ୍ର ୨୫ ବଲରେ ଶେଷ ହୋଇଥିଲା। ଜ୍ୟାକ୍ସ ଆହୁରି ତୀବ୍ର ଶତକ ସ୍କୋର କରିପାରିଥାନ୍ତେ କାରଣ ତାଙ୍କର ୯୮ ରନ୍ ମାତ୍ର ୨୨ ବଲରେ ଶେଷ ହୋଇଥିଲା। ଏହି ଇନିଂସ ସମୟରେ ସେ ୬ ଟି ବଲରେ ୬ ଟି ଛକା ମାରିଥିଲେ।

ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଯାଇଛି:

ଆନ୍ତର୍ଜାତୀୟ କ୍ରିକେଟକୁ ଆସିବା ପୂର୍ବରୁ ୱିଲ ଜ୍ୟାକ୍ସ ସ୍କୁଲ ସ୍ତରରେ ବହୁ ମାନ୍ୟତା ପାଇଥିଲେ। ୨୦୧୭ ମସିହାରେ ଏହା ଘଟିଥିଲା, ଯେତେବେଳେ ଜ୍ୟାକ୍ସ ଏକ ୫୦ ଓଭର ମ୍ୟାଚରେ ‘ରିଡିଂ ବ୍ଲୁ କୋଟ୍ ସ୍କୁଲ’ ପାଇଁ ଖେଳୁଥିଲେ। ସେ ସେହି ମ୍ୟାଚରେ ୧୩୮ ବଲରେ ୨୭୯ ରନ୍ ସ୍କୋର କରିଥିଲେ। ପ୍ରକାଶ ଯେ, ରୋହିତ ଶର୍ମା ODI ମ୍ୟାଚର ଗୋଟିଏ ଇନିଂସରେ ୧୬ ଛକା ମାରିଛନ୍ତି, କିନ୍ତୁ ୱିଲ ଜ୍ୟାକ୍ସ ୨୭୯ ରନ ଇନିଂସରେ ୧୯ ଛକା ମାରିଛନ୍ତି।

England Cricket Team IPL-2024 Royal Challengers Bengaluru
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026
Latest News

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026

ରାଷ୍ଟ୍ରପତିଙ୍କ ବିଷୟରେ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାଉତ: କହିଲେ, “ସମ୍ମାନ କରାଯିବା ଉଚିତ, କିନ୍ତୁ…”

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.