ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Published: Jul 11, 2024, 9:32 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଜଣ ଅଗ୍ରଣୀ ଅଷ୍ଟ୍ରୀୟ ଇଣ୍ଡୋଲୋଜିଷ୍ଟ (ଭାରତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଗବେଷକ) ଏବଂ ଭାରତୀୟ ଇତିହାସ ଓ ବିଚାରଧାରାର ବିଦ୍ୱାନଙ୍କୁ ଭେଟିଛନ୍ତି। ସେ ବୌଦ୍ଧ ଦର୍ଶନର ପଣ୍ଡିତ ତଥା ଭାଷାବିତ୍ ଡକ୍ଟର ବିର୍ଗିତ କେଲନର; ଆଧୁନିକ ଦକ୍ଷିଣ ଏସିଆର ପଣ୍ଡିତ ପ୍ରଫେସର ମାର୍ଟିନ ଗେନ୍ସଜଲ; ଭିଏନା ବିଶ୍ୱବିଦ୍ୟାଳୟର ଦକ୍ଷିଣ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ଡ. ବୋରାୟିନ୍ ଲାରିଓସ୍; ଏବଂ ଭିଏନା ବିଶ୍ୱବିଦ୍ୟାଳୟର ଇଣ୍ଡୋଲୋଜି ବିଭାଗର ମୁଖ୍ୟ ଡ. କାରିନ୍ ପ୍ରିସେଣ୍ଡାଞ୍ଜଙ୍କ ସହ କଥାବାର୍ତ୍ତା କରିଥିଲେ।

ଭାରତୀୟ ଇତିହାସ, ଦର୍ଶନ, କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ପ୍ରଧାନମନ୍ତ୍ରୀ ଏହି ବିଦ୍ୱାନ ତଥା ଗବେଷକମାନଙ୍କ ସହ ମତ ବିନିମୟ କରିଥିଲେ। ସେ ଅଷ୍ଟ୍ରିଆରେ ଇଣ୍ଡୋଲୋଜିର ଉତ୍ପତି ଏବଂ ବୌଦ୍ଧିକ ଅନୁସନ୍ଧିତ୍ସା ଓ ପାଣ୍ଡିତ୍ୟ ଉପରେ ଏହାର ପ୍ରଭାବ ବିଷୟରେ ପଚାରି ବୁଝିଥିଲେ। ଗବେଷକମାନେ ମତ ବିନିମୟ କାଳରେ ଭାରତ ସହ ସେମାନଙ୍କର ଶିକ୍ଷାଗତ ଓ ଗବେଷଣାଭିତ୍ତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ।

Related posts