
ନୂଆଦିଲ୍ଲୀ: ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ କେ ପି ଶର୍ମା ଓଲିଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତ୍ୱକୁ ସୁଦୃଢ଼ କରିବା ସହ ପାରସ୍ପରିକ ଉପଯୋଗୀ ସହଯୋଗିତା ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଶା ପ୍ରକଟ କରିଛନ୍ତି।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି:
“ଅଭିନନ୍ଦନ @kpsharmaoli ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ। ଭାରତ ଓ ନେପାଳର ଜନସାଧାରଣଙ୍କ ପ୍ରଗତି ଓ ସମୃଦ୍ଧତା ପାଇଁ ଦୁଇ ଦେଶ ମଧ୍ୟରେ ଥିବା ଗୁଢ଼ ବନ୍ଧୁତ୍ୱକୁ ସୁଦୃଢ଼ କରିବା ସହ ପାରସ୍ପରିକ ଉପଯୋଗୀ ସହଯୋଗିତାକୁ ଆଗେଇ ନେବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ବୋଲି ଆଶା କରୁଛି ।@PM_nepal ”