
ନୂଆଦିଲ୍ଲୀ: ଆଜି ମହିଳା ଶ୍ରୀଲଙ୍କା କ୍ରିକେଟ ଦଳ ଇତିହାସ ରଚିଛି। ୨୦୨୪ ଏସିଆ କପରେ ଭାରତୀୟ ମହିଳା କ୍ରିକେଟ ଦଳକୁ ପରାସ୍ତ କରି ଟାଇଟଲ ନିଜ ନାମରେ କରିଛି। ପ୍ରଥମ ଥର ପାଇଁ ଶ୍ରୀଲଙ୍କା ମହିଳା ଦଳ ଏସିଆ କପ ଜିତି ଇତିହାସ ସୃଷ୍ଟି କରିଛି। ଟିମ ଇଣ୍ଡିଆକୁ ୮ ୱିକେଟରେ ପରାସ୍ତ କରି ଶ୍ରୀଲଙ୍କା ମହିଳା ଦଳ ଟାଇଟଲ ହାସଲ କରିଛି।
ପ୍ରଥମେ ବ୍ୟାଟିଂ କରି ହରମାନପ୍ରୀତ କୌର ନେତୃତ୍ଵାଧୀନ ଭାରତୀୟ ଦଳ ୨୦ ଓଭରରେ ୧୬୫ ରନ ସଂଗ୍ରହ କରିଥିଲା। ଟିମ ଇଣ୍ଡିଆ ପକ୍ଷରୁ ସ୍ମୃତି ମାନ୍ଧନା ସର୍ବାଧିକ ୬୦ ରନ ସଂଗ୍ରହ କରିଥିଲେ।
ଜବାବରେ ଶ୍ରୀଲଙ୍କା ମହିଳା ଦଳ ୧୮.୪ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଚାମରୀ ଆଟ୍ଟାପାଟୁ ୪୩ ବଲରେ ୬୧ ରନ କରିଥିବା ବେଳେ ହର୍ଷିତା ସମରାବିକ୍ରମା ଅପରାଜିତା ୬୯ ରନ କରିଥିଲେ ଏବଂ କବିଷା ଦିଲ୍ହାରୀ ୧୬ ବଲରେ ଅପରାଜିତା ୩୦ ରନର ଉପଯୋଗୀ ପାଳି ଖେଳିଥିଲେ।