
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ସେନା ରୁଷର ଅନେକ ଅଞ୍ଚଳକୁ ମଧ୍ୟ କବଜା କରି ନେଇଛି। ବର୍ତ୍ତମାନ ଖବର ଆସିଛି ଯେ, ରୁଷର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠୁ ବଡ ଡ୍ରୋନ୍ ଆକ୍ରମଣ କରିଛି। ଆଜି ୟୁକ୍ରେନରୁ ମସ୍କୋ ଉପରେ ଅନେକ ଡ୍ରୋନ୍ ରେ ଆକ୍ରମଣ କରାଯାଇଛି। ତେବେ ରୁଷର ସେନା ସେଗୁଡିକୁ ନଷ୍ଟ କରିଦେଇଛି। ରୁଷର ସେନା କହିଛି ଯେ, ୧୧ ଟି ୟୁକ୍ରେନ ଡ୍ରୋନ୍ ସେନା ଦ୍ୱାରା ନଷ୍ଟ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଫେବୃଆରୀ ୨୦୨୨ ରେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ରାଜଧାନୀ ଉପରେ ହୋଇଥିବା ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ।