Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜାତିସଂଘ ଏବଂ ଓଡିଶା କୃଷି ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହେଲା ବିଶ୍ବ ପରିବେଷ କାର୍ଯ୍ୟକ୍ରମ
ଅନ୍ତରାଷ୍ଟ୍ରୀୟ

ଜାତିସଂଘ ଏବଂ ଓଡିଶା କୃଷି ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହେଲା ବିଶ୍ବ ପରିବେଷ କାର୍ଯ୍ୟକ୍ରମ

October 22, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତିସଂଘ ଏବଂ ଓଡିଶା କୃଷି ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ହେଲା ବିଶ୍ବ ପରିବେଷ କାର୍ଯ୍ୟକ୍ରମ

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ), ମିଳିତ ଜାତିସଂଘର ମିଳିତ ସହଯୋଗରେ ଗ୍ଲୋବାଲ ଏନଭାୟାରମେଣ୍ଟ ଫାଶିଲିଟି (ଜିଇଏଫ୍‌) – ୭ ପ୍ରକଳ୍ପ, ଓଡ଼ିଶା ଦ୍ୱାରା ଏକ ଦିନିକିଆ ରାଜ୍ୟ ଉଦ୍‌ଘାଟନୀ କର୍ମଶାଳା ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଶୀର୍ଷକ “ପଞ୍ଜାବ, ହରିୟାଣା, ଓଡ଼ିଶା ଏବଂ ଛତିଶଗଡ଼ରେ ଧାନ-ଗହମ ଫସଲ ପ୍ରଣାଳୀରେ ରୂପାନ୍ତରଣ ଦ୍ୱାରା ଭାରତରେ ଚିରସ୍ଥାୟୀ ଖାଦ୍ୟ ପ୍ରଣାଳୀର ପ୍ରଚାର ଓ ପ୍ରସାର’’ ରହିଛି।

ଉପ- ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଇଏଫ୍‌ ଅନୁଦାନପ୍ରାପ୍ତ ପ୍ରକଳ୍ପ ଏବଂ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରାଥମିକତା ମଧ୍ୟରେ ସୁଦୃଢ଼ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଓ ରଣନୀତି ଏକ ସ୍ଥାୟୀ, ଅଧିକ ସହନଶୀଳ ଏବଂ ଖାଦ୍ୟ ଓ ପୋଷଣ ସୁରକ୍ଷିତ ଭବିଷ୍ୟତ ପାଇଁ ରାଜ୍ୟର ଦୃଷ୍ଟିକୋଣ ସହ ଘନିଷ୍ଠ ଭାବେ ମେଳ ଖାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନ, ଭାରତର ପ୍ରତିନିଧି ଶ୍ରୀ ଟାକାୟୁକି ହାଗିୱାରା ଏହି ପ୍ରକଳ୍ପର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେ ପରିବେଶଭିତ୍ତିକ ସେବା ଏବଂ ବିଶ୍ୱ ପରିବେଶ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ମିଳିତ ଭାବରେ ପରିଚାଳିତ ସ୍ଥାୟୀ ଚାଷ ଅଭ୍ୟାସକୁ ଆପଣେଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରକଳ୍ପ ସଫଳ ରୂପାୟନ ସହିତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଦିଗରେ ଓଡ଼ିଶା ସରକାରଙ୍କ ସହ ଖାଦ୍ୟ ଓ କୃଷି ସଂଗଠନର ଘନିଷ୍ଠ ସମନ୍ୱୟ ପାଇଁ ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ। ଜାତୀୟ ପ୍ରକଳ୍ପ ସଂଯୋଜକ ସଞ୍ଜୟ ସେଠୀ, ଧାନ – ଗହମ ଫସଲ ପ୍ରଣାଳୀରେ ରୂପାନ୍ତରଣ ଦ୍ୱାରା ଭାରତରେ ଚିରସ୍ଥାୟୀ ଖାଦ୍ୟ ପ୍ରଣାଳୀର ପ୍ରଚାର ଓ ପ୍ରସାର ସମ୍ବନ୍ଧୀୟ ପ୍ରକଳ୍ପର ଉଦ୍ଦେଶ୍ୟ ଓ ପରିସର ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ପ୍ରକଳ୍ପ ‘ଖାଦ୍ୟ ପ୍ରଣାଳୀ, ଜମି ବ୍ୟବହାର ଓ ପୁନରୁଦ୍ଧାର (ଏଫ୍‌ଓଏଲ୍ୟìଆର୍‌) ଇମ୍ପାକଫ, ଭାରତ କାର୍ଯ୍ୟକ୍ରମର ଏକ ଅଂଶ ଏବଂ ଚିରସ୍ଥାୟୀ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାରତରେ କୃଷି ପଦ୍ଧତିରେ ଉନ୍ନତି ଆଣିବା ପାଇଁ ସରକାରୀ ସଂସ୍ଥା ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ମିଳିତ ପ୍ରଚେଷ୍ଟାକୁ ପ୍ରଦର୍ଶିତ କରୁଅଛି।

ଓଡ଼ିଶାରେ ଚିରସ୍ଥାୟୀ କୃଷି (ଧାନ ଚାଷ)କୁ ପ୍ରୋତ୍ସାହିତ କରିବା, ମୃତ୍ତିକା ଓ ଜଳସମ୍ପଦର ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ମୁକାବିଲା କରିବା ଏବଂ ବଜାର ଓ ପ୍ରଯୁକ୍ତିବିଦ୍ୟା ସୁବିଧା ସହଜରେ କୃଷକଙ୍କୁ ଉପଲବ୍ଧ କରାଇବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଓଡିଶାର – ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍‌) ଅନୁଷ୍ଠାନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି), ଖାଦ୍ୟ ଓ କୃଷି ସଂଗଠନର ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ଏବଂ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ଅଧିକାରୀ ଯୋଗ ଦେଇଥିଲେ । ରାଜ୍ୟରେ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ପ୍ରାଥମିକ ଲକ୍ଷ୍ୟ ରହିଅଛି।

ଅନ୍ୟାନ୍ୟ ରାଜ୍ୟସ୍ତରୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ, ପାଞ୍ଚ ବର୍ଷିଆ ଅବଧି (୨୦୨୩-୨୦୨୮) ବିଶିଷ୍ଟ ଏହି ଜିଇଏଫ୍‌ ୭ ଫୋଲୁର ଇମ୍ପାକଫ ପ୍ରୋଗ୍ରାମ ଚିରସ୍ଥାୟୀ କୃଷି ନିମନ୍ତେ ଏକ ନୂତନ ମଡେଲ ଭାବରେ ଭାରତରେ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବ, ସୁସ୍ଥ ପରିସଂସ୍ଥାନ ଓ ପରିବେଶ ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ଏକାଧିକ ବିଶ୍ୱ ପରିବେଶର ସୁଫଳ ନିମନ୍ତେ ଲକ୍ଷ୍ୟ ରଖାଯାଇଅଛି।

ଏହି ପ୍ରକଳ୍ପ ମାଧ୍ୟମରେ ସମଗ୍ର ଖାଦ୍ୟ ପ୍ରଣାଳୀ ପାଇଁ ଅଭିନବ ବ୍ୟବସ୍ଥା ଗ୍ରହଣ କରାଯାଇଅଛି, ଯାହା କୃଷକମାନଙ୍କୁ ସେମାନଙ୍କ ଚାଷ ଏବଂ ଜୀବିକା ପ୍ରଣାଳୀକୁ ସ୍ଥାୟୀ, ସ୍ଥିର ଏବଂ ପରିବେଶ ପାଇଁ ଅନୁକୂଳ ଭିତ୍ତିକ ପରିଚାଳନା କରିବା ନିମନ୍ତେ ସଶକ୍ତ କରିବ।
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍‌ ଏବଂ ସିସି) ଏହି ପ୍ରକଳ୍ପ ପାଇଁ ପ୍ରମୁଖ କାର୍ଯ୍ୟକାରୀ ସଂସ୍ଥା ଅଟନ୍ତି।

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (ଏମଓଏ ଏବଂ ଏଫଡବ୍ଲì), ଭାରତ ସରକାର କାର୍ଯ୍ୟନିର୍ବାହୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରୁଅଛନ୍ତି। ଖାଦ୍ୟ ଏବଂ କୃଷି ଅନୁଷ୍ଠାନ (ଏଫ୍‌ଏଓ) କାର୍ଯ୍ୟକାରୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶା, ଛତିଶଗଡ଼, ହରିୟାଣା ଏବଂ ପଞ୍ଜାବ ଭଳି ଚାରୋଟି ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ଅଂଶୀଦାର ଅଟନ୍ତି।

 

କନକ ବର୍ଦ୍ଧନ ସିଂହ ଦେଓ ମିଳିତ ଜାତିସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.