
ନୂଆଦିଲ୍ଲୀ: ରୁଷର ଆଣବିକ ସୁରକ୍ଷା ପ୍ରଭାରୀ ରୁଷୀୟ ଜେନେରାଲ୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ମସ୍କୋରେ ଏହି ବିସ୍ଫୋରଣ ଘଟିଛି। ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ ଆଜି ଏକ ଆବାସିକ ବ୍ଲକରୁ ବାହାରକୁ ଯାଉଥିବାବେଳେ ଏକ ସ୍କୁଟରରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବୋମାଟି ଦୂରରୁ ପରିଚାଳିତ ହୋଇଥିଲା ଏବଂ ଏଥିରେ ପ୍ରାୟ ୩୦୦ ଗ୍ରାମ ବିସ୍ଫୋରକ ସାମଗ୍ରୀ ରହିଥିଲା। ଗତ ସୋମବାର ଦିନ କିରିଲୋଭଙ୍କ ଉପରେ ୟୁକ୍ରେନରେ ନିଷିଦ୍ଧ ରାସାୟନିକ ଅସ୍ତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।