Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»DHL QR Code Scam: ସାବଧାନ…..ଡିଏଚଏଲ୍ କୋରିଅର୍ ଡେଲିଭେରି ନାମରେ ବଡ ଠକେଇ
ଅନ୍ତରାଷ୍ଟ୍ରୀୟ

DHL QR Code Scam: ସାବଧାନ…..ଡିଏଚଏଲ୍ କୋରିଅର୍ ଡେଲିଭେରି ନାମରେ ବଡ ଠକେଇ

December 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
DHL QR Code Scam
DHL QR Code Scam: ସାବଧାନ.....ଡିଏଚଏଲ୍ କୋରିଅର୍ ଡିଲିଭେରି ନାମରେ ବଡ ଠକେଇ

DHL QR Code Scam: ସମ୍ପ୍ରତି ବିଶ୍ୱର ଅନେକ ଲୋକ ଡିଏଚଏଲ୍ କୋରିଅର୍ ଡେଲିଭେରି କ୍ୟୁଆର ଠକେଇର ଶିକାର ହେଉଛନ୍ତି। ଗତ କିଛି ଦିନରେ ଆଇରଲ୍ୟାଣ୍ଡ, ସିଙ୍ଗାପୁର ଓ ଭାରତରୁ ଏହି ଠକେଇ ସମ୍ବନ୍ଧୀୟ ଖବର ଆସିଛି।

ଏହି ଠକେଇର ସବୁଠୁ ମନ୍ଦ ଦିଗ ହେଉଛି ଯେ ଠକମାନେ ପୁରା ଡିଏଚଏଲ୍ ପରି ଦେଖାଯାଉଥିବା ଲୋଗୋ, ଫଣ୍ଟ୍, ଭାଷା, ଟୋନ୍ ଏବଂ ଏହାର ରଙ୍ଗକୁ ନକଲ କରିଛନ୍ତି। ଡିଏଚଏଲ୍ ଏକ ଗ୍ଲୋବାଲ୍ କୋରିଅର୍ ସଂସ୍ଥା ହୋଇଥିବାରୁ ସେମାନେ ଭଲ ସେବା ଯୋଗାଇ ଦିଅନ୍ତି। କଂପାନୀର ଲୋକପ୍ରିୟତା ଦେଖି ଠକମାନେ ଏପରି ଠକିବା ଆରମ୍ଭ କରିଛନ୍ତି।

ଡିଏଚଏଲ୍ ଡେଲିଭେରି କ୍ୟୁଆର କୋଡ୍ ଠକେଇ କେମିତି ହୁଏ?

ଯଦି ଆପଣ କୌଣସି କୋରିଅର୍ ସେବା ବ୍ୟବହାର କରିଛନ୍ତି, ତେବେ ଆପଣ ଜାଣିଥିବେ ଯେ ଯେତେବେଳେ ଆପଣଙ୍କ ଅର୍ଡର୍ ଡେଲିଭରି ହୋଇପାରେ ନାହିଁ, ସେତେବେଳେ କୋରିଅର୍ କମ୍ପାନୀ ଆପଣଙ୍କୁ ଫୋନ୍ କରନ୍ତି କିମ୍ବା ଆପଣ ଉପଲବ୍ଧ ନ ଥିଲେ ଏକ ମିସ୍ ଡେଲିଭେରି ନୋଟ୍ ଛାଡ଼ି ଯାଆନ୍ତି। ଡିଏଚଏଲ୍ ସେମାନଙ୍କ ମିସ୍ ଡିଲିଭେରି ନୋଟ୍ ସହିତ ଏକ କ୍ୟୁଆର କୋଡ୍ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ।

ଏହି ଠକମାନେ ଡିଏଚଏଲ୍ ମିସ୍ ଡେଲିଭେରି ନୋଟକୁ ଲକ୍ଷ୍ୟ କରନ୍ତି। ଡିଏଚଏଲ୍ ମିସ୍ ଡେଲିଭେରି ନୋଟ୍ ଏକ ପୋଷ୍ଟକାର୍ଡ୍ ଆକାରର ହୁଏ ଯାହାର ଏକ କ୍ୟୁଆର କୋଡ୍ ଓ ଡିଏଚଏଲ୍ ଅଫିସିଆଲ୍ ୱେବସାଇଟକୁ ପୁନଃନିର୍ଦ୍ଦେଶ କରିଥାଏ। ଯଦି ଆପଣ କୌଣସି ଅନ୍ୟ ସାଇଟକୁ ପୁନଃନିର୍ଦ୍ଦେଶିତ ହେବେ, ସମ୍ପୃକ୍ତ ବ୍ରାଉଜର୍ ବନ୍ଦ କରନ୍ତୁ ଏବଂ ଡିଏଚଏଲ୍ ସହିତ ଯୋଗାଯୋଗ କରନ୍ତୁ। ଜାଣିରଖନ୍ତୁ ଯେ, ଡିଏଚଏଲ୍ କୌଣସି ସମୟରେ ପୁନଃବିନ୍ୟାସ ପାଇଁ ଟଙ୍କା ଆଦାୟ କରେନି। ଯଦି ଆପଣଙ୍କୁ ପେମେଣ୍ଟ ମଗା ଯାଏ, ତେବେ ଏହା ଗୋଟିଏ ଠକେଇ ଏବଂ ଡିଏଚଏଲ୍ ର ପ୍ରକୃତ ସାଇଟ ନୁହେଁ।

ଯଦି ଆପଣ ଏହିପରି ଏକ ମିସ୍ ଡେଲିଭେରି ନୋଟ୍ ଗ୍ରହଣ କରନ୍ତି, ତେବେ ପ୍ରଥମେ ଅଫିସିଆଲ୍ କୋରିଅର୍ ୱେବସାଇଟକୁ ଯାଇ ସେହି ନମ୍ବର ଯାଞ୍ଚ କରନ୍ତୁ। ଏହା ଏକ ପ୍ରକୃତ ଡିଲିଭେରି ହେଲେ ତାହାର ବିବରଣୀ ଦେଖିବେ। ଅନ୍ୟଥା ଏହା ଠକେଇ ଥିବା କଥା ଜାଣିପାରିବେ। ବିକଳ୍ପ ଭାବରେ କ୍ୟୁଆର କୋଡ୍ ସ୍କାନ୍ କରି ଏହା ଆପଣଙ୍କୁ ଡିଏଚଏଲ୍ ଅଫିସିଆଲ୍ ସାଇଟକୁ ନେଉଛି କି ନାହିଁ ଯାଞ୍ଚ କରନ୍ତୁ। ଶେଷରେ, ଆପଣଙ୍କ ଯେଉଁ ଇ-କମର୍ସ ସାଇଟ୍ ଠାରୁ ଅଧିକ ଅର୍ଡର୍ କରନ୍ତି ସେମାନଙ୍କୁ ଯାଞ୍ଚ କରନ୍ତୁ ଯେ କୌଣସି ଡିଏଚଏଲ୍ ଦ୍ୱାରା ଯାଉଥିବା ଅର୍ଡର୍ ଅଛି କି ନାହିଁ ଦେଖନ୍ତୁ।

ଡିଏଚଏଲ୍ ଭାରତ, ଆଇରଲ୍ୟାଣ୍ଡ ଓ ଅନ୍ୟ ଦେଶଗୁଡ଼ିକ ପକ୍ଷରୁ ଜନସାଧାରଣ ନିମନ୍ତେ ଏକ ସଚେତନତା ସୂଚନା ଜାରି ହୋଇଛି। ଏହାରେ ମଧ୍ୟ ସ୍ପଷ୍ଟ ତଥ୍ୟ ଦିଆଯାଇଛି ଯେ ପ୍ରକୃତ ଡିଏଚଏଲ୍ ମିସ୍ ଡେଲିଭେରି କାର୍ଡ୍ ଆପଣଙ୍କୁ କେବଳ ଡିଏଚଏଲ୍ ସାଇଟକୁ ନେଇ ଯିବ ଏବଂ କୌଣସି ତୃତୀୟ ପକ୍ଷ ସାଇଟକୁ ନୁହେଁ।

scam
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026
Latest News

ଇରାନ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ: ଭାରତ ଉପରେ ଏବେ ୭୫% ଶୁଳ୍କ?

January 13, 2026

ଗୁଜୁରାଟରେ ରିଲାଏନ୍ସର ନିବେଶ ବୃଦ୍ଧି ପାଇ ୭ ଲକ୍ଷ କୋଟି ହେବ: ମୁକେଶ ଅମ୍ବାନୀ

January 13, 2026

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026

ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ସଫଳତା

January 13, 2026

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.