Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»DHL QR Code Scam: ସାବଧାନ…..ଡିଏଚଏଲ୍ କୋରିଅର୍ ଡେଲିଭେରି ନାମରେ ବଡ ଠକେଇ
ଅନ୍ତରାଷ୍ଟ୍ରୀୟ

DHL QR Code Scam: ସାବଧାନ…..ଡିଏଚଏଲ୍ କୋରିଅର୍ ଡେଲିଭେରି ନାମରେ ବଡ ଠକେଇ

December 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
DHL QR Code Scam
DHL QR Code Scam: ସାବଧାନ.....ଡିଏଚଏଲ୍ କୋରିଅର୍ ଡିଲିଭେରି ନାମରେ ବଡ ଠକେଇ

DHL QR Code Scam: ସମ୍ପ୍ରତି ବିଶ୍ୱର ଅନେକ ଲୋକ ଡିଏଚଏଲ୍ କୋରିଅର୍ ଡେଲିଭେରି କ୍ୟୁଆର ଠକେଇର ଶିକାର ହେଉଛନ୍ତି। ଗତ କିଛି ଦିନରେ ଆଇରଲ୍ୟାଣ୍ଡ, ସିଙ୍ଗାପୁର ଓ ଭାରତରୁ ଏହି ଠକେଇ ସମ୍ବନ୍ଧୀୟ ଖବର ଆସିଛି।

ଏହି ଠକେଇର ସବୁଠୁ ମନ୍ଦ ଦିଗ ହେଉଛି ଯେ ଠକମାନେ ପୁରା ଡିଏଚଏଲ୍ ପରି ଦେଖାଯାଉଥିବା ଲୋଗୋ, ଫଣ୍ଟ୍, ଭାଷା, ଟୋନ୍ ଏବଂ ଏହାର ରଙ୍ଗକୁ ନକଲ କରିଛନ୍ତି। ଡିଏଚଏଲ୍ ଏକ ଗ୍ଲୋବାଲ୍ କୋରିଅର୍ ସଂସ୍ଥା ହୋଇଥିବାରୁ ସେମାନେ ଭଲ ସେବା ଯୋଗାଇ ଦିଅନ୍ତି। କଂପାନୀର ଲୋକପ୍ରିୟତା ଦେଖି ଠକମାନେ ଏପରି ଠକିବା ଆରମ୍ଭ କରିଛନ୍ତି।

ଡିଏଚଏଲ୍ ଡେଲିଭେରି କ୍ୟୁଆର କୋଡ୍ ଠକେଇ କେମିତି ହୁଏ?

ଯଦି ଆପଣ କୌଣସି କୋରିଅର୍ ସେବା ବ୍ୟବହାର କରିଛନ୍ତି, ତେବେ ଆପଣ ଜାଣିଥିବେ ଯେ ଯେତେବେଳେ ଆପଣଙ୍କ ଅର୍ଡର୍ ଡେଲିଭରି ହୋଇପାରେ ନାହିଁ, ସେତେବେଳେ କୋରିଅର୍ କମ୍ପାନୀ ଆପଣଙ୍କୁ ଫୋନ୍ କରନ୍ତି କିମ୍ବା ଆପଣ ଉପଲବ୍ଧ ନ ଥିଲେ ଏକ ମିସ୍ ଡେଲିଭେରି ନୋଟ୍ ଛାଡ଼ି ଯାଆନ୍ତି। ଡିଏଚଏଲ୍ ସେମାନଙ୍କ ମିସ୍ ଡିଲିଭେରି ନୋଟ୍ ସହିତ ଏକ କ୍ୟୁଆର କୋଡ୍ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ।

ଏହି ଠକମାନେ ଡିଏଚଏଲ୍ ମିସ୍ ଡେଲିଭେରି ନୋଟକୁ ଲକ୍ଷ୍ୟ କରନ୍ତି। ଡିଏଚଏଲ୍ ମିସ୍ ଡେଲିଭେରି ନୋଟ୍ ଏକ ପୋଷ୍ଟକାର୍ଡ୍ ଆକାରର ହୁଏ ଯାହାର ଏକ କ୍ୟୁଆର କୋଡ୍ ଓ ଡିଏଚଏଲ୍ ଅଫିସିଆଲ୍ ୱେବସାଇଟକୁ ପୁନଃନିର୍ଦ୍ଦେଶ କରିଥାଏ। ଯଦି ଆପଣ କୌଣସି ଅନ୍ୟ ସାଇଟକୁ ପୁନଃନିର୍ଦ୍ଦେଶିତ ହେବେ, ସମ୍ପୃକ୍ତ ବ୍ରାଉଜର୍ ବନ୍ଦ କରନ୍ତୁ ଏବଂ ଡିଏଚଏଲ୍ ସହିତ ଯୋଗାଯୋଗ କରନ୍ତୁ। ଜାଣିରଖନ୍ତୁ ଯେ, ଡିଏଚଏଲ୍ କୌଣସି ସମୟରେ ପୁନଃବିନ୍ୟାସ ପାଇଁ ଟଙ୍କା ଆଦାୟ କରେନି। ଯଦି ଆପଣଙ୍କୁ ପେମେଣ୍ଟ ମଗା ଯାଏ, ତେବେ ଏହା ଗୋଟିଏ ଠକେଇ ଏବଂ ଡିଏଚଏଲ୍ ର ପ୍ରକୃତ ସାଇଟ ନୁହେଁ।

ଯଦି ଆପଣ ଏହିପରି ଏକ ମିସ୍ ଡେଲିଭେରି ନୋଟ୍ ଗ୍ରହଣ କରନ୍ତି, ତେବେ ପ୍ରଥମେ ଅଫିସିଆଲ୍ କୋରିଅର୍ ୱେବସାଇଟକୁ ଯାଇ ସେହି ନମ୍ବର ଯାଞ୍ଚ କରନ୍ତୁ। ଏହା ଏକ ପ୍ରକୃତ ଡିଲିଭେରି ହେଲେ ତାହାର ବିବରଣୀ ଦେଖିବେ। ଅନ୍ୟଥା ଏହା ଠକେଇ ଥିବା କଥା ଜାଣିପାରିବେ। ବିକଳ୍ପ ଭାବରେ କ୍ୟୁଆର କୋଡ୍ ସ୍କାନ୍ କରି ଏହା ଆପଣଙ୍କୁ ଡିଏଚଏଲ୍ ଅଫିସିଆଲ୍ ସାଇଟକୁ ନେଉଛି କି ନାହିଁ ଯାଞ୍ଚ କରନ୍ତୁ। ଶେଷରେ, ଆପଣଙ୍କ ଯେଉଁ ଇ-କମର୍ସ ସାଇଟ୍ ଠାରୁ ଅଧିକ ଅର୍ଡର୍ କରନ୍ତି ସେମାନଙ୍କୁ ଯାଞ୍ଚ କରନ୍ତୁ ଯେ କୌଣସି ଡିଏଚଏଲ୍ ଦ୍ୱାରା ଯାଉଥିବା ଅର୍ଡର୍ ଅଛି କି ନାହିଁ ଦେଖନ୍ତୁ।

ଡିଏଚଏଲ୍ ଭାରତ, ଆଇରଲ୍ୟାଣ୍ଡ ଓ ଅନ୍ୟ ଦେଶଗୁଡ଼ିକ ପକ୍ଷରୁ ଜନସାଧାରଣ ନିମନ୍ତେ ଏକ ସଚେତନତା ସୂଚନା ଜାରି ହୋଇଛି। ଏହାରେ ମଧ୍ୟ ସ୍ପଷ୍ଟ ତଥ୍ୟ ଦିଆଯାଇଛି ଯେ ପ୍ରକୃତ ଡିଏଚଏଲ୍ ମିସ୍ ଡେଲିଭେରି କାର୍ଡ୍ ଆପଣଙ୍କୁ କେବଳ ଡିଏଚଏଲ୍ ସାଇଟକୁ ନେଇ ଯିବ ଏବଂ କୌଣସି ତୃତୀୟ ପକ୍ଷ ସାଇଟକୁ ନୁହେଁ।

scam
Share. Facebook Twitter LinkedIn Email WhatsApp Copy Link

Related Posts

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026
Latest News

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026

ଉଦ୍ଧାର ବେଳେ ଓଲଟିଲା ଦମକଳ ବୋଟ: ନଦୀ ପାରିରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ

September 26, 2026

ପୁରୀରେ ସମୁଦ୍ର ଅଶାନ୍ତ: ଜନବସତି ମୁହାଁ ଉଚ୍ଚ ଲହଡ଼ି, ଭାସିଗଲା ଦୋକାନ ବଜାର

September 26, 2026

ହୀରାକୁଦର ଖୋଲିଲା ଆଉ ୫ଟି ଗେଟ୍: ମୋଟ ୧୩ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

September 26, 2026

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.