Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୨୦୨୪ ର ସର୍ବୋତ୍ତମ ଟେଷ୍ଟ ଏକାଦଶ ଘୋଷିତ: ଜସପ୍ରୀତ ବୁମ୍ରା ଅଧିନାୟକ, ପାକିସ୍ତାନକୁ ଝଟକା
ଅନ୍ତରାଷ୍ଟ୍ରୀୟ

୨୦୨୪ ର ସର୍ବୋତ୍ତମ ଟେଷ୍ଟ ଏକାଦଶ ଘୋଷିତ: ଜସପ୍ରୀତ ବୁମ୍ରା ଅଧିନାୟକ, ପାକିସ୍ତାନକୁ ଝଟକା

January 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ସ୍ଥାନ ପାଇ ନାହାଁନ୍ତି। ଏହି ଦଳର ଅଧିନାୟକ ଭାବେ ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ନିଯୁକ୍ତ କରାଯାଇଛି। ଏହି ଦଳ କ୍ରିକେଟ୍ ଅଷ୍ଟ୍ରେଲିଆ ଦ୍ୱାରା ମନୋନୀତ ହୋଇଛି।

ପ୍ରକାଶ ଯେ, ପ୍ରତିବର୍ଷ ଶେଷରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରତ୍ୟେକ ଫର୍ମାଟ୍ର ଶ୍ରେଷ୍ଠ ଦଳ ଚୟନ କରେ। ଏଥିରେ ସମଗ୍ର ବିଶ୍ୱରୁ ୧୧ ଜଣ ଉଲ୍ଲେଖନୀୟ ପ୍ରଦର୍ଶନକାରୀ ଖେଳାଳିଙ୍କୁ ମନୋନୀତ କରାଯାଏ। ବର୍ତ୍ତମାନ ଘୋଷିତ ହୋଇଥିବା ଦଳ ଆଇସିସି ଦ୍ୱାରା ମନୋନୀତ ହୋଇନାହିଁ, ବରଂ ଏହା କ୍ରିକେଟ୍ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଟେଷ୍ଟ ଏକାଦଶ ଅଟେ।

କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତରୁ ଦୁଇ ଖେଳାଳି, ଶ୍ରୀଲଙ୍କାରୁ ଜଣେ, ଇଂଲଣ୍ଡରୁ ତିନି ଜଣ, ଦକ୍ଷିଣ ଆଫ୍ରିକାରୁ ଜଣେ, ନ୍ୟୁଜିଲାଣ୍ଡରୁ ଦୁଇ ଜଣ ଏବଂ ଅଷ୍ଟ୍ରେଲିଆର ଦୁଇଜଣ ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ଚୟନ ହୋଇଛନ୍ତି। ପାକିସ୍ତାନର କୌଣସି ଖେଳାଳି ଏହି ଦଳର ଅଂଶ ନୁହଁନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆ ଦଳରେ ଭାରତର ଯଶସ୍ଵୀ ଜୟସ୍ଵାଲ ଏବଂ ଇଂଲଣ୍ଡର ବେନ ଡକେଟ୍ ଓପନର୍ ଭାବରେ ମନୋନୀତ ହୋଇଛନ୍ତି। ଇଂଲଣ୍ଡର ଜୋ ରୁଟ ତିନି ନମ୍ବରରେ ଅଛନ୍ତି। ଏହା ପରେ ରଚିନ୍ ରବିନ୍ଦ୍ର ଚତୁର୍ଥ ସ୍ଥାନରେ ଏବଂ ଇଂଲଣ୍ଡର ହ୍ୟାରି ବ୍ରୁକ୍ ପଞ୍ଚମ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ ଷଷ୍ଠ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ଆଲେକ୍ସ କେରୀ ୱିକେଟ୍ କିପର ଭାବେ ମନୋନୀତ ହୋଇଛନ୍ତି। ଦ୍ରୁତ ବୋଲିଂରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଚ୍ ହେନେରୀ, ଭାରତର ଜସପ୍ରିତ ବୁମ୍ରା ଏବଂ ଅଷ୍ଟ୍ରେଲିଆର ଜୋଶ ହଜଲେଉଡ୍ ଅଛନ୍ତି। ଏହା ସହିତ ସ୍ପିନର ହେଉଛନ୍ତି ଦକ୍ଷିଣ ଆଫ୍ରିକାର କେଶବ ମହାରାଜ।

ସମସ୍ତେ ୨୦୨୪ ଟେଷ୍ଟ କ୍ରିକେଟ୍ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତେବେ ଅଷ୍ଟ୍ରେଲିଆର ବର୍ତ୍ତମାନର ଟେଷ୍ଟ ଅଧିନାୟକ ପ୍ୟାଟ୍ କମିନ୍ସ ମଧ୍ୟ ୨୦୨୪ ରେ ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ଏହି ଦଳରେ ମନୋନୀତ ହୋଇନାହାଁନ୍ତି।

୨୦୨୪ ର କ୍ରିକେଟ୍ ଅଷ୍ଟ୍ରେଲିଆର ଶ୍ରେଷ୍ଠ ଏକାଦଶ: ଯଶସ୍ଵୀ ଜୟସ୍ଵାଲ, ବେନ୍ ଡକେଟ୍, ଜୋ ରୁଟ୍, ରଚିନ୍ ରବିନ୍ଦ୍ର, ହ୍ୟାରି ବ୍ରୁକ୍, କାମିନ୍ଦୁ ମେଣ୍ଡିସ୍, ଆଲେକ୍ସ କେରି (ୱିକେଟ୍ କିପର), ମ୍ୟାଟ ହେନେରୀ, ଜସପ୍ରୀତ ବୁମ୍ରା (ଅଧିନାୟକ), ଜୋଶ ହଜଲେଉଡ୍ ଏବଂ କେଶବ ମହାରାଜ।

jasprit bumrah travis head
Share. Facebook Twitter LinkedIn Email WhatsApp Copy Link

Related Posts

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026

ମୃତ୍ୟୁ ପରେ ମଧ୍ୟ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କଲେ ମହିଳା ଡାକ୍ତର

April 20, 2026

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

April 20, 2026

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

April 20, 2026

ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.