Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି, ଗୁରୁବାର ଦିନ ଉଦଘାଟନ କରିବେ ପ୍ରବାସୀ ଭାରତୀୟ ଦିବସ
ଅନ୍ତରାଷ୍ଟ୍ରୀୟ

ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି, ଗୁରୁବାର ଦିନ ଉଦଘାଟନ କରିବେ ପ୍ରବାସୀ ଭାରତୀୟ ଦିବସ

January 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଉ କିଛି ସମୟ ପରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି, ଗୁରୁବାରେ ଉଦଘାଟନ କରିବେ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ପ୍ରବାସୀ ଯୁବ ଭାରତୀୟ ଦିବସ। ଆସନ୍ତାକାଲି ଗୁରବାର ଦିନ ଉଦଘାଟିତ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟିତ କରିବେ। ସେଥିପାଇଁ ସେ ଆଜି ଓଡିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାତି ଆଠଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ।

ସେଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାସ୍ତାରେ ସ୍ବାଗତ ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ସିଧା ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ଏହାପରେ ସେ ଗୁରୁବାର ଦିନ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କରିବେ।

ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ ସମାରୋହ ଯାହାକି ପ୍ରବାସୀ ଭାରତୀୟମାନଙ୍କ ସହ ଯୋଗାଯୋଗ ଓ ସଂପର୍କ ସ୍ଥାପନ ଓ ସେମାନଙ୍କ ଲାଗି ନିଜ ନିଜ ମଧ୍ୟରେ ମତବିନିମୟର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ।

୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଆଜିଠାରୁ ଆରମ୍ଭ ହୋଇଛି ଯାହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ଏହି ଦିବସ ଅନୁଷ୍ଠିତ ହେଉଛି। ଏଥର ଏହି ସମାରୋହର ବିଷୟବସ୍ତୁ ରହିଛି “ଏକ ବିକଶିତ ଭାରତ ଲାଗି ପ୍ରବାସୀଙ୍କ ଅବଦାନ”। ପିବିଡି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାର ଶୁଭାରମ୍ଭ କରିବେ। ପ୍ରବାସୀ ଭାରତୀୟମାନଙ୍କ ଉଦ୍ଦିଷ୍ଟ ଏହି ସ୍ବତନ୍ତ୍ର ଟ୍ରେନଟି ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ଯାତ୍ରାରମ୍ଭ କରି ତିନି ସପ୍ତାହ ଧରି ଦେଶର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀକୁ ଯାତ୍ରା କରିବ। ପ୍ରବାସୀ ତୀର୍ଥ ଦର୍ଶନ ଯୋଜନାରେ ଏହି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଯାତ୍ରା ଆୟୋଜନ କରାଯାଇଛି।

୧୮ତମ ପ୍ରବାସୀ ଭାରତୀୟ ଦିବସ ଓଡିଶାରେ ପ୍ରଧାନମନ୍ତ୍ରୀ ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ବରରେ ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026
Latest News

ଚୀନ୍‌ର ଦ୍ୱିତୀୟ ସର୍ବାଧିକ ଶକ୍ତିଶାଳୀ ନେତା କାଇ କି’

September 13, 2026

ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ

September 13, 2026

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.