ଭୂକମ୍ପରେ ଚାଇନା ସମର୍ଥିତ କଂପାନୀର ନିର୍ମାଣଧିନ ଉଚ୍ଚ ତାଲା ବିଲିଡିଂ କାହିଁକି ଭୁଷୁଡିଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଥାଇଲାଣ୍ଡ ସରକାର

Published: Apr 1, 2025, 7:35 am IST
earthquake

Thailand Earthquake: ମିଆଁମାରରେ ହୋଇଥିବା ଭୟାବହ ଭୂକମ୍ପ ସାରା ବିଶ୍ବକୁ ଦୋହଲାଇ ଦେଇଛି। କାରଣ ଏହାର ତୀବ୍ରତା ଏପରି ଥିଲା ଯେ, ମିଆଁମାର ସହିତ ଥାଇଲାଣ୍ଡ ଏବଂ ଭାରତରେ ମଧ୍ୟ ଝଟକା ଅନୁଭୂତ ହୋଇଛି। ବର୍ତ୍ତମାନ ଏହି ଭୟାବହ ଭୂକମ୍ପରେ ପ୍ରାୟ ଦୁଇ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି। ତେବେ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ଏହି ଭୂକମ୍ପରେ ସବୁଠାରୁ ବିଚଳିତ କରିଥିବା ଭିଡିଓ ହେଉଛି ଏକ ନିର୍ମାଣଧିନ ବହୁ ତାଲା ବିଲିଡିଂ ଭୂଷୁଡି ପଡିବା। ଏହାର ପଛରେ ଥିବା କ୍ରେନଟି ଭାଙ୍ଗି ଝୁଲି ପଡିବା ଏବଂ ଏଥିରେ କାମ କରୁଥିବା ଶ୍ରମିକମାନେ ତଳକୁ ଫୋପାଡି ହୋଇ ପଡିବା ସମସ୍ତଙ୍କୁ ବିଚଳିତ କରିଛି।

ତେବେ ଥାଇଲାଣ୍ଡରେ ନିର୍ମାଣଧିନ ବହୁତାଲା କୋଠା ଭାଙ୍ଗିବା ନେଇ ସେଠାକାର ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଚାଇନା କଂପାନୀର ସହଭାଗୀତାରେ ଏକ କଂପାନୀ ଏହି ବହୁ ତାଲା କୋଠା ନିର୍ମାଣ କରୁଥିଲା। ଯାହା ମାଟିରେ ମିଶି ଧୂଳିସାତ ହୋଇଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ସେହି ଅଞ୍ଚଳରେ ବହୁ କୋଠା ନିର୍ମାଣ ହେଉଥିଲେ ମଧ୍ୟ ସେଗୁଡିକର କୌଣସି କ୍ଷତି ହୋଇ ନାହିଁ।

ତେବେ ଚାଇନା ସହଭାଗୀତ କଂପାନୀର କୋଠା କାହିଁକି ଭୂଷୁଡିଲା ସେ ନେଇ ଥାଇଲାଣ୍ଡ ସରକାର ତଦନ୍ତ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ମିଣ୍ଟି ଏହି ଖବର ପ୍ରକାଶିତ ହୋଇଛି। ସେହି ଖବର ଅନୁସାରେ ଥାଇଲାଣ୍ଡର ଉପପ୍ରଧାନ ମନ୍ତ୍ରୀ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଏକ ବିଶେଷଜ୍ଞ କମିଟ ଗଠନ କରି ସାତ ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତଥ୍ୟ ଅନୁସାରେ ଥାଇଲାଣ୍ଡର ବହୁ ସ୍ଥାନରେ ଏପରି ହାଇ ରାଇଜ ବିଲିିଡିଂ ବା ବହୁ ତାଲା ବିଶିଷ୍ଠ କୋଠା ନିର୍ମାଣ ହେଉଛି। ହେଲେ ଅନ୍ୟ କୌଣସି କୋଠାର କିଛି କ୍ଷତି ହୋଇନାହିଁ। ହେଲେ ଚାଇନ କଂପନୀ ସହଭାଗୀତାରେ ନିର୍ମାଣଧିନ ଏହି କୋଠା କାହିଁକି ଭାଙ୍ଗିଲ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Related posts