Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭୂକମ୍ପରେ ଚାଇନା ସମର୍ଥିତ କଂପାନୀର ନିର୍ମାଣଧିନ ଉଚ୍ଚ ତାଲା ବିଲିଡିଂ କାହିଁକି ଭୁଷୁଡିଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଥାଇଲାଣ୍ଡ ସରକାର
ଅନ୍ତରାଷ୍ଟ୍ରୀୟ

ଭୂକମ୍ପରେ ଚାଇନା ସମର୍ଥିତ କଂପାନୀର ନିର୍ମାଣଧିନ ଉଚ୍ଚ ତାଲା ବିଲିଡିଂ କାହିଁକି ଭୁଷୁଡିଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଥାଇଲାଣ୍ଡ ସରକାର

April 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
earthquake
ଭୂକମ୍ପରେ ଚାଇନା ସମର୍ଥିତ କଂପାନୀର ନିର୍ମାଣଧିନ ଉଚ୍ଚ ତାଲା ବିଲିଡିଂ କାହିଁକି ଭୁଷୁଡିଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଥାଇଲାଣ୍ଡ ସରକାର

Thailand Earthquake: ମିଆଁମାରରେ ହୋଇଥିବା ଭୟାବହ ଭୂକମ୍ପ ସାରା ବିଶ୍ବକୁ ଦୋହଲାଇ ଦେଇଛି। କାରଣ ଏହାର ତୀବ୍ରତା ଏପରି ଥିଲା ଯେ, ମିଆଁମାର ସହିତ ଥାଇଲାଣ୍ଡ ଏବଂ ଭାରତରେ ମଧ୍ୟ ଝଟକା ଅନୁଭୂତ ହୋଇଛି। ବର୍ତ୍ତମାନ ଏହି ଭୟାବହ ଭୂକମ୍ପରେ ପ୍ରାୟ ଦୁଇ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି। ତେବେ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ।

ଏହି ଭୂକମ୍ପରେ ସବୁଠାରୁ ବିଚଳିତ କରିଥିବା ଭିଡିଓ ହେଉଛି ଏକ ନିର୍ମାଣଧିନ ବହୁ ତାଲା ବିଲିଡିଂ ଭୂଷୁଡି ପଡିବା। ଏହାର ପଛରେ ଥିବା କ୍ରେନଟି ଭାଙ୍ଗି ଝୁଲି ପଡିବା ଏବଂ ଏଥିରେ କାମ କରୁଥିବା ଶ୍ରମିକମାନେ ତଳକୁ ଫୋପାଡି ହୋଇ ପଡିବା ସମସ୍ତଙ୍କୁ ବିଚଳିତ କରିଛି।

ତେବେ ଥାଇଲାଣ୍ଡରେ ନିର୍ମାଣଧିନ ବହୁତାଲା କୋଠା ଭାଙ୍ଗିବା ନେଇ ସେଠାକାର ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଚାଇନା କଂପାନୀର ସହଭାଗୀତାରେ ଏକ କଂପାନୀ ଏହି ବହୁ ତାଲା କୋଠା ନିର୍ମାଣ କରୁଥିଲା। ଯାହା ମାଟିରେ ମିଶି ଧୂଳିସାତ ହୋଇଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ସେହି ଅଞ୍ଚଳରେ ବହୁ କୋଠା ନିର୍ମାଣ ହେଉଥିଲେ ମଧ୍ୟ ସେଗୁଡିକର କୌଣସି କ୍ଷତି ହୋଇ ନାହିଁ।

ତେବେ ଚାଇନା ସହଭାଗୀତ କଂପାନୀର କୋଠା କାହିଁକି ଭୂଷୁଡିଲା ସେ ନେଇ ଥାଇଲାଣ୍ଡ ସରକାର ତଦନ୍ତ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ମିଣ୍ଟି ଏହି ଖବର ପ୍ରକାଶିତ ହୋଇଛି। ସେହି ଖବର ଅନୁସାରେ ଥାଇଲାଣ୍ଡର ଉପପ୍ରଧାନ ମନ୍ତ୍ରୀ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଏକ ବିଶେଷଜ୍ଞ କମିଟ ଗଠନ କରି ସାତ ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତଥ୍ୟ ଅନୁସାରେ ଥାଇଲାଣ୍ଡର ବହୁ ସ୍ଥାନରେ ଏପରି ହାଇ ରାଇଜ ବିଲିିଡିଂ ବା ବହୁ ତାଲା ବିଶିଷ୍ଠ କୋଠା ନିର୍ମାଣ ହେଉଛି। ହେଲେ ଅନ୍ୟ କୌଣସି କୋଠାର କିଛି କ୍ଷତି ହୋଇନାହିଁ। ହେଲେ ଚାଇନ କଂପନୀ ସହଭାଗୀତାରେ ନିର୍ମାଣଧିନ ଏହି କୋଠା କାହିଁକି ଭାଙ୍ଗିଲ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

earthquake Thailand Earthquake ଭୂମିକମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026
Latest News

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.